ଫେରିବ ବେଦାନ୍ତ ଜମି, ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ

ଫେରିବ ବେଦାନ୍ତ ଜମି । ସରକାରୀ ଜମି ସରକାରଙ୍କ ଖାତାକୁ ଫେରିବ। ବ୍ୟକ୍ତିଗତ ଜମି ପାଇଁ ଚାଷୀଙ୍କୁ ରେଜିଷ୍ଟ୍ରେସନ ଖର୍ଚ୍ଚ ଦେବାକୁ ପଡିବ ନାହିଁ। ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ନେଇଥିବା ଜମି ଫେରିପାଇବେ ଚାଷୀ । ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ । ଅଧିଗ୍ରହଣ ହୋଇଥିବା ଜମିର ରେକର୍ଡ଼ ସଂଶୋଧନ କରାଯାଇ ଚାଷୀଙ୍କୁ ପଟ୍ଟା ଓ ଜମି ଦଖଲ ଦିଆଯିବ ।

ସେହିଭଳି ବେଦାନ୍ତକୁ ଲିଜ୍ ଦିଆଯାଇଥିବା ସରକାରୀ ଜମି ସରକାରୀ ଖାତାକୁ ଫେରାଇ ଅଣାଯିବ । ଖୁବଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ପାଖାପାଖି ୬ ହଜାର ଜମିହରା ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ । ସେହିପରି ବେଦାନ୍ତକୁ ଲିଜ ଦିଆଯାଇଥିବା ୪୯୪.୯୮ ଏକର ସରକାରୀ ଜମି ପୁଣି ସରକାରୀ ଖାତାକୁ ଫେରାଇ ଆଣିବେ ସରକାର ।

You might also like