ବାରଙ୍ଗ: ବାରଙ୍ଗ ଥାନା ଅଞ୍ଚଳରେ ଜମିଜମା ଗଣ୍ଡଗୋଳ ଘଟଣା । ଦୁଇଟି ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ । ଜମି ମାଲିକଙ୍କୁ ଧମକ ଚମକ୍ ଦେବା ଏବଂ ପୋଲିସ ଉପରକୁ ଆକ୍ରମଣ କରିବା ନେଇ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି । ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବାରଙ୍ଗ ଥାନା ପୋଲିସ । ଗୋଟିଏ ସ୍କୁଟି, ଗୋଟିଏ ବାଇକ୍ ଏବଂ ଏକ ଥର ଗାଡି ଜବତ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଧାରୁଆ ମାରଣାସ୍ତ୍ର, ଠେଙ୍ଗା ଆଦି ଜବତ୍ ହୋଇଛି ।
ପୋଲିସ ଉପରକୁ ଅପରାଧୀ ଗୁଳି ଚଳାଇବା ବା ପୋଲିସ ଘଟଣା ସ୍ଥଳରେ ବ୍ଲଙ୍କ ଫାୟରିଙ୍ଗ କରିବା ଘଟଣାକୁ ଅସ୍ବୀକାର କଲେ କଟକ ଡିସିପି । ଗିରଫ ଅଭିଯୁକ୍ତ ଙ୍କ ଭିତରେ ରହିଛି ଲିଟୁଆ ଓରଫ ଭରତ ବେହେରା । ଧଳ ସାମନ୍ତ ଭ୍ରାତାଙ୍କ ସହଯୋଗୀ ଲିଟୁଆ । ଦିପୁ ଓ ଓମ୍ ହତ୍ୟାକାଣ୍ଡରେ ଗିରଫ ହୋଇ ଜେଲ ରେ ଥିଲା ଅଭିଯୁକ୍ତ । କିଛି ମାସ ତଳେ ଜେଲରୁ ବାହାରିଛି ଅଭିଯୁକ୍ତ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା କହିଲେ ଡିସିପି ଋଷିକେଶ ଖିଲାରି । କୌଣସି ସ୍ଥାନରେ ଏପରି ଘଟଣା ସାମ୍ନାକୁ ଆସିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଅପିଲ କଲେ କଟକ ଡିସିପି ।
ଆହୁରି ପଢ଼ନ୍ତୁ : ନଦୀପଠାରୁ ଖଣ୍ଡବିଖଣ୍ଡିତ ମୃତଦେହ ଓ କଙ୍କାଳ ଠାବ, ପୋଲିସର ଛାନଭିନ୍ ଜାରି