ଜମିଜମାକୁ କେନ୍ଦ୍ର କରି ଆକ୍ରମଣ, ୬ ଗୁରୁତର ଆହତ

 ଯାଜପୁର ଟାଉନ :ଜମିବାଡିକୁ କେନ୍ଦ୍ର କରି ଲାଗି ରହିଥିବା ପୂର୍ବ  ଶତୃତାରୁ ଆକ୍ରମଣ  ।  ଫଳରେ ୬ ଜଣ ଗୁରୁତର ଆହତ ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବାଙ୍ଗରା ପଂଚାୟତ ଛନ୍ଦାମୁଣ୍ଡ ଗ୍ରାମର ହରିଶ ଚନ୍ଦ୍ର ସାହୁଙ୍କ ପରିବାର ଓ ଧୋଇ ଚରଣ ବେହେରାଙ୍କ ପରିବାରର ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ପୂର୍ବ  ଶତୃତା ଲାଗି ରହିଥିଲା । ଏହାକୁ ନେଇ ଗଣ୍ଡଗୋଳ ହେବ ଯୋଗୁ ଉଭୟ ପକ୍ଷର ୬ ଜଣ ଆହତ ହୋଇଛନ୍ତି ।

ସେମାନଙ୍କୁ ଯାଜପୁର ଓ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ସୂଚନା ମୁତାବକ ବାଙ୍ଗରା ପଂଚାୟତ ଛନ୍ଦାମୁଣ୍ଡ ଗ୍ରାମର ହରିଶ ଚନ୍ଦ୍ର ସାହୁ ବାଡ ବୁଜୁଥିବା ବେଳେ ଧୋଇ ଚରଣ ବେହେରା ଓ ତାଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା l ଉଭୟ ପରିବାରଙ୍କ ଭିତରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଯୋଗୁ ହରିଶ ଚନ୍ଦ୍ର ସାହୁଙ୍କ ପରିବାରରୁ ୪ ଜଣ ଓ ଧୋଇ ଚରଣ ବେହେରାଙ୍କର ୨ ଜଣ ଗୁରୁତର ଆହତ ହୋଇଛନ୍ତି l ଏ ନେଇ ଉଭୟ ପକ୍ଷରୁ ବିଂଝାରପୁର ଥାନାରେ  ଲିଖିତ ଅଭିଯୋଗ ହୋଇଛି ।  ଅଭିଯୋଗ ମିଳିବା ପରେ ବିଂଝାରପୁର ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।