ମାଟିତୋଟା ମୌଜାରେ ଜମି ଜାଲିଆତି ଘଟଣା, ରେକର୍ଡରେ କୌଣସି ପରିବର୍ତ୍ତନ ନ କରିବାକୁ ନିର୍ଦ୍ଦେଶ

ପୁରୀ : ପୁରୀ ବାସେଳୀ ସାହି ଥାନା ଅନ୍ତର୍ଗତ ମାଟିତୋଟା ମୌଜାରେ ଜମି ଜାଲିଆତି ଘଟଣାରେ ଜମିର ମାଲିକାନା କିମ୍ବା ରେକର୍ଡରେ କୌଣସି ପରିବର୍ତ୍ତନ ହେବ ନାହିଁ । ତହସିଲ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଇଛି । ଆସନ୍ତା ୩- ୪ ଦିନ ଭିତରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ଘରୋଇ ପ୍ଲଟକୁ ବାଦ ଦେଇ ଜବରଦଖଲ ଓ ବିକ୍ରୀ ହୋଇଥିବା ପ୍ଲଟ ଉଛେଦ ହେବ ବୋଲି ପୁରୀ ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି । ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି ଜାଲିଆତି ଘଟଣାରେ ବାସେଳୀସାହି ଥାନାରେ ୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।  ମହାପ୍ରଭୁଙ୍କ ଜମି ଜାଲିଆତି ପ୍ରସଙ୍ଗରେ ଆଇନମନ୍ତ୍ରୀ କଡ଼ା ପ୍ରତିକ୍ରିୟା ରଖିବା ସହ ଉଭୟ କ୍ରେତା ଓ ବିକ୍ରେତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ  ।

You might also like