ପୁରୀ(କେନ୍ୟୁଜ୍): ବାସହୀନ ସେବାୟତଙ୍କ ଆବାସ ଯୋଜନା ପାଇଁ ଆରମ୍ଭ ହେଲା ଜମି ଚିହ୍ନଟ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ହରଚଣ୍ଡୀ ସାହି ମୌଜାରେ ପ୍ରାୟ ୩ ଏକର ଯାଗା ଚିହ୍ନଟ କରାଯାଇ ପାଚେରୀ ଘେରାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମାଟିମଣ୍ଡପ ସାହି ମୌଜାରେ ଥିବା ଏମାର ମଠର ଜମି ଅଧିଗ୍ରହଣ ହେବ । ଏହି ଦୁଇଟି ମୌଜାର ଶ୍ରୀମନ୍ଦିର ପ୍ରଶାସନ ଅଧିନକୁ ଆସିଛି । ସେହି ସ୍ଥାନ ସଫା କରାଯାଇ ପାଚେରୀ ହେବା ପରେ ଅବଢ଼ା ଯୋଜନାରେ ୬୦୦ sq ft ବିଶିଷ୍ଟ G + 3 ଆପାର୍ଟମେଣ୍ଟ ନିର୍ମାଣ କରାଯିବ । ସେବାୟତ ବାସଗୃହ ଯୋଜନା ଦ୍ୱାରା ଗରିବ ଏବଂ ଅର୍ଥିକ ସ୍ୱଚ୍ଛଳ ନଥିବା ୪୦୦ରୁ ୫୦୦ ଜଣ ସେବାୟତ ଉପକୃତ ହେବେ ।
ପ୍ରଥମେ ୪୦୦ ସେବାୟତଙ୍କ ପାଇଁ ଚିହ୍ନଟ ହୋଇଥିବା ଜମିରେ G+ 3 ଆପାର୍ଟମେଣ୍ଟ ର୍ନିମାଣ କରାଯିବ । ସେବାୟତଙ୍କ ସଂଖ୍ୟା,ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା,ଅନ୍ୟବୃତ୍ତି ଓ ଆର୍ଥିକ ସ୍ଥିତି ମାନଦଣ୍ଡକୁ ନେଇ ଭବିଷ୍ୟତରେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରାଯିବ । ସେବାୟତଙ୍କ ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହଯୋଗରେ ୨୫୦ଟି ହାଉସିଂ ର୍ନିମାଣ ହେବ ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…