ସିଆରଜେଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ: ପୁରୀ ବେଳାଭୂମିକୁ ବିକ୍ରି କରିବାକୁ ଚାଲିଛି ବଡ ଯୋଜନା

ପୁରୀ : ସିଆରଜେଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ । ବେଳାଭୂମି ଛାତିରେ ଖୁଣ୍ଟ ପୋତି ଜବରଦଖଲ । ପୁରୀରେ ସକ୍ରିୟ ଜମି ମାଫିଆ । ବେଳାଭୂମି ଭଳି ପ୍ରକୃତିର ବିରଳ ପରିବେଶକୁ ଖିନଭିନ୍ କରିବାକୁ ସୁଚିନ୍ତିତ ଷଡଯନ୍ତ୍ର । ଯାହା ପଛରେ ବଡ ବଡ଼ ଜମି ମାଫିଆ ! ଯହାକୁ ନେଇ ସିଆରଜେଡ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା “ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ” ।

ଶହ ଶହ ହଳଦିଆ ଖୁଣ୍ଟ ପୋତି ଖଣ୍ଡ ଖଣ୍ଡ କରି ବେଳାଭୂମିକୁ ବିକ୍ରି କରିବାକୁ ଚାଲିଛି ଯୋଜନା । ଯୋଜନା ପଛରେ ବଡ଼ବଡ଼ ଜମି ମାଫିଆଙ୍କ ହାତ ରହିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ସିଆରଜେଡ୍ ନିୟମର ଏହା ଖୋଲା ଉଲ୍ଲଂଘନ ହୋଇଥିବା ବେଳେ ଏହା ଦଣ୍ଡନୀୟ ଅପରାଧ । କିନ୍ତୁ ସିଆରଜେଡ୍ ନିୟମର ଖୋଲା ଉଲ୍ଲଂଘନ କରି ଷ୍ଟର୍ଲିନ୍ ଛକ ବୁଲାଣି ନିକଟରେ ସମୁଦ୍ରକୁ ଲାଗି ବେଳାଭୂମି ଉପରେ କରାଯାଇଛି ପ୍ଲଟିଂ । ଯେଉଁଠି ସମୁଦ୍ର ଜଳରାଶି ବି ଆସି ମାଡ଼ ହେଉଛି, ତଥାପି ଜମି ମାଫିଆମାନେ ଏହା ଉପରେ ଲୋଲୁପ ନଜର ପକାଇଛନ୍ତି । ତେଣୁ ଏଭଳି ଜବରଦଖଲ କୁ ତୁରନ୍ତ ହଟାଇବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ୨୦୧୯ ଗାଜେଟ୍ ନୋଟିଫିକେସନରେ ସ୍ପଷ୍ଟ ଉଲ୍ଲେଖ ରହିଛି, ସମୁଦ୍ର ଜଳରାଶି ତଥା ଏହାର ଜୈବିକ ବିବିଧତାର ସୁରକ୍ଷା ପାଇଁ ସିଆରଜେଡ୍ ନିୟମ ଲାଗୁ କରାଯାଇଛି । ଚାରିଭାଗରେ ବିଭକ୍ତ ସିଆରଜେଡ୍ ଭିତରୁ ସମୁଦ୍ର ଜଳରାଶିକୁ ଲାଗି ରହିଥିବା କୂଳବର୍ତ୍ତୀ ଅଞ୍ଚଳ ସିଆରଡେଜ୍ -୧ ଓ ସିଆରଜେଡ୍ -୨ରେ ଆସୁଛି । ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି କି ସିଆରଜେଡ୍ ଆଇନ ଅଧୀନ ପରିବେଶ ଆଇନ-୧୯୮୬ର ସେକ୍ସନ୍ -୩ ଆଧାରରେ ଏଠାରେ ଖନନ ଓ ନିର୍ମାଣ ଦଣ୍ଡନୀୟ ଅପରାଧ ।

କଂକ୍ରିଟ୍ ନିର୍ମାଣ କୌଣସି ପରିସ୍ଥିତିରେ ହୋଇପାରିବନି । ଅପରପକ୍ଷେ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଏ ସଂପର୍କରେ ଜାଣିବା ପରେ ସିଆରଜେଡ୍ କର୍ତ୍ତୃପକ୍ଷଙ୍କୁ ଏ ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏକ ଟିମ୍ ତେବେ ଏଭଳି ଜବରଦଖଲ ଜମିକୁ ମାଫିଆ ମାନେ ନୋଟାରି ଆଫିଡେଭିଟ ମାଧ୍ୟମରେ ବିକ୍ରି କରୁଥିବା ନଜରକୁ ଆସୁଥିବା ବେଳେ ଏଭଳି ନୋଟାରୀ ଆଫିଡେଭିଟ ମାଧ୍ୟମରେ ବିକ୍ରି ହେଉଥିବା କୌଣସି ବେଆଇନ ଜାଗାକୁ ନକିଣିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ ।

 

You might also like