ରାଜ୍ୟ

ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ବନ୍ଦ ପଡିଛି ବିରଜା ଅଏଲ ମିଲ୍‌, ଜବରଦଖଲ କରିବା ପାଇଁ ଯୋଜନା କରୁଛନ୍ତି ଜମି ମାଫିଆ

ଯାଜପୁର ଟାଉନ : ସ୍ଥାନୀୟ ଅଂଚଳର ଚାହିଦା ଏବଂ ବେକାରଙ୍କୁ ନିଯୁକ୍ତ ଦେବା ଉଦ୍ଦେଶ୍ୟରେ ଯାଜପୁରରେ ପ୍ରତିଷ୍ଠା ହୋଇଥିଲା ବିରଜା ଅଏଲ ମିଲ । ଏହାକୁ ଲାଗି ଏକା ସଂଗେ ଆରମ୍ଭ ହୋଇଥିଲା କାଷ୍ଠ ଶିଳ୍ପ ଏବଂ ଲୌହ କାରଖାନା । ରାଜ୍ୟ ସରକାରଙ୍କ କ୍ଷୁଦ୍ର ଶିଳ୍ପ ଯୋଜନାରେ ଏହି କାରଖାନା ଗୁଡିକ ଚାଲିବା ପରେ ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ବନ୍ଦ ପଡିଛି ଏହି କାରଖାନା । ନା ଏହି କାରଖାନାକୁ ପୁନଃଉଦ୍ଧାର କରିବାକୁ ସରକାର ଆଗ୍ରହ ଦେଖାଉଛନ୍ତି ନା ଏହାର ରକ୍ଷଣାବେକ୍ଷଣ କରାଯାଉଛି । କିନ୍ତୁ ଯାଜପୁର ସହରର ପେଣ୍ଠସ୍ଥଳିର ୩ ଏକରରୁ ଉର୍ଦ୍ଧ୍ବ ଜାଗା ଉପରେ ରହିଛି ଜମି ମାଫିଆଙ୍କ ନଜର । କାରଖାନାରେ ଲାଗିଥିବା ଯନ୍ତ୍ରାଂଶକୁ ଲୁଟିବା ସହିତ ଜାଗା ଜବରଦଖଲ କରିବା ପାଇଁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ଏହି କାରଖାନାର ପୁନଃଉଦ୍ଧାର ପାଇଁ ଆମେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛୁ ବୋଲି ଜିଲାପାଳ କହିଛନ୍ତି ।

ଯାଜପୁର ସହରର ପ୍ରମୁଖ ସ୍ଥାନରେ ରହିଥିବା ବିରଜା ମିଲ,କାଷ୍ଠ ଶିଳ୍ପ ଏବଂ ଲୌହ କାରଖାନା ଅଂଚଳ ଏବେ ଭୂତକୋଠିରେ ପରିଣତ ହୋଇଛି । ଏହି କାରଖାନା ଗୁଡିକ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ ବନ୍ଦ ପଡିଛି । କାରଖାନା ଚାଲୁଥିବା ବେଳେ ସ୍ଥାନୀୟ ଅଂଚଳବାସୀ ବେଶ ଲାଭବାନ ହେଉଥିଲେ । ଏଥିସହିତ ବହୁ ପରିବାର ଆତ୍ମନିଯୁକ୍ତି ମଧ୍ୟ ପାଇଥିଲେ । କିନ୍ତୁ ସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା ଯୋଗୁଁ କାରଖାନା ସଂପୁର୍ଣ୍ଣ ବନ୍ଦ ହୋଇଯାଇଛି । ବିଭିନ୍ନ କାରଖାନାରେ ଲାଗିଥିବା ଯନ୍ତ୍ରାଂଶ ଏବେ ଚୋରି ହୋଇଗଲାଣି । ପ୍ରାୟ ୩ ଏକରରୁ ଉର୍ଦ୍ଧ୍ବ ପରିମିତ ସ୍ଥାନରେ ଛିଡା ହୋଇଥିବା ଏହି କ୍ଷୁଦ୍ର କାରଖାନା ଗୁଡିକର ପୁନଃଉଦ୍ଧାର ପାଇଁ କୌଣସି ଉଦ୍ୟମ କରାଯାଇନାହିଁ ।

ଏହି କାରଖାନାକୁ ପୁନଃଉଦ୍ଧାର କରିବା ପାଇଁ ନିକଟରେ ଯୁବ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଥିଲା । କାରଖାନା ଗୁଡିକ ବନ୍ଦ ଥିବା ବେଳେ ଏହାର ମୂଲ୍ୟବାନ ଜମିକୁ ହାତେଇବା ପାଇଁ ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟି ପଡିଥିବା ଅଭିଯୋଗ ହୋଇଛି । ଯାଜପୁର ସଦର ମହକୁମାରେ ଅନେକ ସରକାରୀ ପ୍ରକଳ୍ପ ପାଇଁ ଜାଗାର ଅଭାବ ଦର୍ଶା ଯାଉଥିବା ବେଳେ ଏଠାରେ ଥିବା ମୂଲ୍ୟବାନ ଜମିକୁ କାହିଁକି ବ୍ୟବହାର କରାଯାଉନାହିଁ ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି । ତୁରନ୍ତ ଏହି କାରଖାନା ଗୁଡିକୁ ପୁନଃଉଦ୍ଧାର କରି ଚଲାଯାଉ ନ ହେଲେ ସରକାର ଜମିକୁ ନିଜ ଅକ୍ତିଆରେ ରଖିବାକୁ ସାଧାରଣରେ ଦାବୀ ହୋଇଛି । ସେପଟେ ଏହି ପ୍ରକଳ୍ପର ପୁନଃଉଦ୍ଧାର ପାଇଁ ରାଜ୍ୟସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି ।

Sonalisa

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

5 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

16 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

29 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

32 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

52 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago