ଆର. ଉଦୟଗିରି ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ଭୂସ୍ଖଳନ, ପୋତି ହୋଇଗଲା ୫ ବାଇକ

ମୋହନା(କେନ୍ୟୁଜ୍):  ଗତ କିଛି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ସାମାନ୍ୟ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ମାଟି ଅତଡ଼ା ସହ ବର୍ଷା ଜଳ ଗ୍ରାମ ମଧ୍ୟକୁ ଚାଲିଆସିଥିବା ଦେଖାଯାଇଛି।

ତେଵେ ଏଥିରେ କୌଣସି ଜୀବନ ନଷ୍ଟ ହୋଇନଥିବା ବେଳେ  ୫ ଟି ବାଇକ ମାଟି ତଳେ ପୋତି ହୋଇଯାଇଛି। ଆର. ଉଦୟଗିରି ପୋଲିସ ଏବଂ ନୂଆଗଡ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଏସ୍. ଡି. ପି. ଓ ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.