ରାଜ୍ୟ

ଖୋଲୁଛି ମାୟାବିନୀ ମୁସ୍କାନ ଗ୍ୟାଙ୍ଗର କଳା ପେଡ଼ି: ଜରି ଗୋଟାଳିରୁ ଧୀରେ ଧୀରେ ଅପରାଧ ଦୁନିଆରେ ପାଦ ଥାପିଥିଲା

କେନ୍ୟୁଜ୍(ବ୍ୟୁରୋ): ଧୀରେ ଧୀରେ ଖୋଲୁଛି ମାୟାବିନୀ ମୁସ୍କାନ ଗ୍ୟାଙ୍ଗର କଳା ପେଡ଼ି । ନିଶାଦିଆ ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମୁସ୍କାନ ଓରଫ ସରିଫା ଖାତୁନ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ମୁସ୍କାନ ସମେତ ୪ ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିବା ପରେ ଖୋଳତାଡ଼ ଚଳାଇଛି । ଭୁବନେଶ୍ବର ଷ୍ଟେସନରେ ନିଜ ମାୟାଜାଲରେ ଯାତ୍ରୀଙ୍କୁ ଫସାଇ ଲୁଟୁ ଥିଲା ମୁସ୍କାନ। କିଏ ଏହି ମୁସ୍କାନ ? ଦଶ ବର୍ଷ ତଳେ କୋଲକାତାରୁ ଭୁବନେଶ୍ୱର ଆସିଥିଲା ମୁସ୍କାନ। ପେଟପାଟଣା ପାଇଁ ଜରି ଗୋଟାଉଥିଲା। ହେଲେ ଧୀରେ ଧୀରେ ଅପରାଧ ଦୁନିଆରେ ପାଦ ଥାପିଲା। ନିଜର ରୂପରେ ଟ୍ରେନ ଯାତ୍ରୀଙ୍କୁ ଫସାଇ ଲୁଟିଲା ।

ଆଉ ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡ଼ର ସାନ ଲଣ୍ଡାକୁ ନେଇ ଗ୍ୟାଙ୍ଗ କରିଥିଲା ମୁସ୍କାନ । ଭୁବନେଶ୍ବର ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ମାତିଥିଲେ ଥିଲେ ଏହି ନିଶା ଦିଆ ଲୁଟେରା। ଏହି ଗ୍ୟାଙ୍ଗରେ ସାମିଲ ଥିବା ଅଟୋ ବାଲା ମୁସ୍କାନକୁ ନେଇ ଯାତ୍ରୀଙ୍କୁ ଡାକନ୍ତି। ପଛ ସିଟ ରେ ସଜେଇ ହୋଇ ବସିଥାନ୍ତି ମୁସ୍କାନ। ସେ ଯାତ୍ରୀଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତି। ପରେ ଅଟୋ ଚାଳକ ନିଦ ଲାଗୁଚି କହି ଚାହା ପିଇବାକୁ ଅଟକାନ୍ତି। ମୁସ୍କାନ ନିଜ ପାଇଁ ଓ ସାଙ୍ଗ ରେ ଥିବା ଯାତ୍ରୀଙ୍କ ପାଇଁ ଚାହା ମଗାଇ ପିଅନ୍ତି। ଚାରେ ନିଶା ଦେଇଥିବାରୁ ଯାତ୍ରୀ ବେହୋସ୍ ହେବା ପରେ ତାଙ୍କୁ ଲୁଟି ଥାଆନ୍ତି । ମୁସ୍କାନ ନାଁରେ ରହିଛି ଆଠୋଟି ମାମଲା। ନିକଟରେ ସେ ଜେଲରୁ ଫେରିଛି । ତାକୁ ରିମାଣ୍ଡରେ ଆଣି ଏହି ଗ୍ୟାଙ୍ଗ ସମ୍ପର୍କରେ ଅଧିକ ଖୋଳତାଡ କରିବ ପୋଲିସ। ଏହି ଗ୍ୟାଙ୍ଗ ଠାରୁ ବିଭିନ୍ନ ନିଶା ବାଟିକା, ଛୁରୀ ଓ ମୋବାଇଳ ଜବତ କରିଛି ପୋଲିସ ।

 

Sasmita

Recent Posts

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

3 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

3 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

3 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

4 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

4 hours ago

ଓଜନ କମ୍‌ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…

5 hours ago