ଆଜି ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟସ୍‌’: ୯ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

କେନ୍ଯୁଜ୍: ଆଜି ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟସ୍‌’। ବାସୁଦେବପୁର -ବାହାନଗା ମଧ୍ୟ ଦେଇ ଅତିକ୍ରମ କରିବ। ୯ଟାରୁ ଆରମ୍ଭ ହେବ ‘ୟସ୍‌’ର ଲ୍ୟାଣ୍ଡଫଲ ପ୍ରକ୍ରିୟା। ଦିନ ୩ଟା ପର୍ଯ୍ୟନ୍ତ ଜାରି ରହିବ ପ୍ରକ୍ରିୟା। ୧୧ଟାରୁ ଦିନ ୧ଟା ମଧ୍ୟରେ କେନ୍ଦ୍ରବିନ୍ଦୁ ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୩୦ରୁ ୧୪୦ କିମି ରହିବ।

ପବନର ବେଗ ବଢ଼ି ୧୫୫ କିମି ପ୍ରତି ଘଣ୍ଟା ରହିବା ସମ୍ଭାବନା ରହିଛି। ଧାମରାଠୁ ପୂର୍ବ-ଦକ୍ଷିଣପୂର୍ବରେ ୪୦ କିମି ଦୂରରେ ରହିଛି ‘ୟସ’। ବାଲେଶ୍ୱରରୁ ୮୦ କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଆଡ଼କୁ ବଢୁଛି ବାତ୍ୟା। ଚାନ୍ଦବାଲିରେ ସର୍ବାଧିକ ୨୩ ସେଣ୍ଟିମିଟର ବର୍ଷା ଓ ପାରାଦୀପରେ ୧୮ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.