ମାଓବାଦୀଙ୍କ ନୂଆ ରଣନୀତି: ଟନେଲ ତଳୁ ଲ୍ୟାଣ୍ଡମାଇନ ଉଦ୍ଧାର

ଟନେଲ ତଳୁ ଲ୍ୟାଣ୍ଡମାଇନ ଉଦ୍ଧାର । ଟନେଲ ତିଆରି କରି IED ଖଞ୍ଜିଥିଲେ ମାଓବାଦୀ । ଯବାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀଙ୍କ ନୂଆ ରଣନୀତି । ମାଲକାନଗିରି ଜିଲ୍ଲା ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଛି । ଫଳରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯବାନ ।

ମାଲକାନଗିରି(କେନ୍ୟୁଜ) : ଟନେଲ ତଳୁ ଲ୍ୟାଣ୍ଡମାଇନ ଉଦ୍ଧାର । ଟନେଲ ତିଆରି କରି IED ଖଞ୍ଜିଥିଲେ ମାଓବାଦୀ । ଯବାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀଙ୍କ ନୂଆ ରଣନୀତି । ମାଲକାନଗିରି ଜିଲ୍ଲା ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଛି । ଫଳରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯବାନ ।

ହିରୋଲି ରାସ୍ତାରେ ଏକ ଟନେଲ ତିଆରି କରି IED ଖଞ୍ଜିଥିଲେ ମାଓବାଦୀ । ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ । ଲ୍ୟାଣ୍ଡମାଇନକୁ ବିସ୍ପୋରଣ କରି ନଷ୍ଟ କରିଛନ୍ତି ଯବାନ। ପୋଲିସଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ ରଣନୀତି ଆପଣାଉଛନ୍ତି। ପୋଲିସ ଏହାକୁ ରୋକିବାରେ ସଫଳ ହୋଇଛି ।