ରାଜ୍ୟ

ଜାରି ରହିଛି ବର୍ଷା: କେନ୍ଦୁଝର ଜୁଡ଼ିଆ ଘାଟିରେ ଭୂସ୍ଖଳନ, ଯାତାୟତ ଠପ୍‌

କେନ୍ଦୁଝର (କେନ୍ୟୁଜ): ଲଗାଣ ବର୍ଷାରେ ଭିଜୁଛି କେନ୍ଦୁଝର ଜିଲ୍ଲା । ଗତକାଲି ତୁହାକୁ ତୁହା ବର୍ଷିଥିଲା । ଆଜି ବି ଜାରି ରହିଛି ବର୍ଷା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି କେନ୍ଦୁଝର ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବେହାଲ୍‌ ହୋଇଛି ତେଲକୋଇ ଅଞ୍ଚଳ । ଗତକାଲି ରାତିରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସମାକୋଇ ନଦୀ ପୋଲ ଉପରେ ୪ ଫୁଟ୍‌ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତେଲକୋଇରୁ ଭୁବନେଶ୍ଵରକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ପ୍ରବଳ ବର୍ଷା ଫଳରେ ଏହି ବ୍ଳକର ଅଧିକାଂଶ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ଜୁଡିଆ ଘାଟିରେ ଭୁସ୍ଖଳନ ହୋଇ ୪୯ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଘାଟିରୁ ବଡ଼ ବଡ଼ ପଥର ଖଣ୍ଡ ଖସି ରାସ୍ତା ଉପରେ ପଡ଼ିଛି। ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ଯାତୟତ ଠପ୍‌ ହୋଇଯାଇଛି। ସେହିପରି କେନ୍ଦୁଝର ସହର ଜାମୁହତା, ସ୍ପଞ୍ଜ କଲୋନୀ , ଧାଙ୍ଗରପଡା ଆଦି ଅଞ୍ଚଳରେ ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେନ୍ଦୁଝର ସହର ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବ୍ଲଡ଼ ବ୍ୟାଙ୍କରେ ପଶିଲା ପାଣି । ବ୍ଲଡ ବ୍ୟାଙ୍କରେ ପାଣି ପଶିବାରୁ ବହୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚ ପାଣି ନିଷ୍କାସନରେ ଲାଗିଛି ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

6 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

7 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

8 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

10 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

10 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

11 hours ago