ପୟା ଶ୍ରାଦ୍ଧ ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର, ପିତୃପୁରୁଷଙ୍କୁ କରିବେ ପିଣ୍ଡଦାନ

ପୁରୀ : ପବିତ୍ର ଦୀପାବଳି ଲାଗି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି  ।  ଶ୍ରୀମନ୍ଦିର ନିକଟରେ ଭକ୍ତ ମାନେ କାଉଁରିଆ କାଠି ଜାଳି ବଡ଼ ବାଡ଼ୁଅଙ୍କୁ ଡାକିବେ ।  ଆଜିଠାରୁ ଶ୍ରୀ କ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିଲାଣି ।  ଆସନ୍ତାକାଲି ଶ୍ରୀ ମନ୍ଦିର ଦୀପାବଳି ଅମାବାସ୍ୟା ନୀତି ଅନୁଷ୍ଠିତ ହେବା ସହ ପାୟାଶ୍ରାଦ୍ଧ ଲାଗି ଭକ୍ତ ମାନେ ଆଜି ଠାରୁ ଶ୍ରୀ କ୍ଷେତ୍ରକୁ ଆସୁଛନ୍ତି ।

ବିଶ୍ବାସ ରହିଛି, ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ ବାଡୁଆ ପାଳନ କଲେ ପିତୃପୁରୁଷ ମୁକ୍ତି ପାଇଥାନ୍ତି ।  ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ବାର ଆଜି ଲୋକାରଣ୍ୟ ହୋଇପଡିଛି । ହଜାର ହଜାର ଲୋକ ଏକାଠି ହୋଇ କାଉଁରିଆ କାଠି ଜାଳି ନିଜ ପିତୃପୁରୁଷାଙ୍କ ଉଦ୍ଦେଶ୍ୟରେ ବଡ଼ ବଡୁଆ ଡାକିନ୍ତି । ସେହିପରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ ମଧ୍ୟ କରିନ୍ତି । ଦୀପାବଳୀ ଲାଗି ଭକ୍ତଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l