ଆରଡି ମେଡିକାଲ ଛାତରୁ ଖସିଲା ବଡ ବଡ ପ୍ଳାଷ୍ଟର ଖଣ୍ଡ, ଅଳ୍ପକେ ବର୍ତ୍ତିଗଲେ ରୋଗୀ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଆରଡି ମେଡିକାଲ ଛାତରୁ ଖସିଲା ବଡ ବଡ ପ୍ଳାଷ୍ଟର ଖଣ୍ଡ। ଅଳ୍ପକେ ବର୍ତ୍ତିଗଲେ ରୋଗୀଙ୍କ ସହ ମେଡିକାଲ କର୍ମଚାରୀ। କିଛି ରୋଗୀ ଆରଡି ମେଡିକାଲରେ ଚିକିତ୍ସା ପାଇଁ ବସିଥିବା ସମୟରେ ହଠାତ୍ ମେଡିକାଲ ଛାତରୁ ବଡ ପ୍ଳାଷ୍ଟର ଖଣ୍ଡ ତଳେ ପଡି ଚୁରମାର ହୋଇଯାଇଥିଲା ।

ଯେଉଁଠାରେ  ପ୍ଳାଷ୍ଟର ଖଣ୍ଡ ପଡିଲା ସେଠାରେ କିଛି ରୋଗୀ ବସିଥିଲେ।ସୌଭାଗ୍ଯ ବଶତଃ ସେହି ପ୍ଳାଷ୍ଟର ଖଣ୍ଡ କୌଣସି ବି ରୋଗୀଙ୍କ ଉପରେ ନପଡି ତଳେ ପଡିଥିଲା। ଏନେଇ ଖବର ପାଇବା ପରେ ଆରଡି ସରପଞ୍ଚ ମେଡିକାଲରେ ପହଁଚି କର୍ମଚାରୀ ଓ ରୋଗୀଙ୍କ ସହ କଥାବାର୍ତ୍ତା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.