ଜଳେଶ୍ଵରରେ ବଡ଼ ଧରଣର GST ରେଡ୍‌, ଗ୍ରାହକଙ୍କଠୁ ଉଚ୍ଚ ଦରରେ ITC ନେଇ GST ଫାଙ୍କୁଥିଲେ ଦୋକାନୀ

ଜଳେଶ୍ଵର(କେନ୍ଯୁଜ୍): ଜଳେଶ୍ଵରରେ ବଡ଼ ଧରଣର GST ରେଡ୍‌ । ଗ୍ରାହକଙ୍କଠୁ ଉଚ୍ଚ ଦରରେ ITC ନେଇ GST ଫାଙ୍କୁଥିଲେ ଦୋକାନୀ । ଶେଷରେ ଧରିଲା ସିଟି ଏଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଟିମ ।

ଜଳେଶ୍ଵର ହାଟ ଛକ ନିକଟସ୍ଥ ହୋଟେଲ ମିଡ୍‌ଟାଉନ ବିଲ୍‌ଡିଂରେ ଥିବା ନାରାୟଣ ଦତ୍ତଙ୍କ ଜରଦା ଗୋଦାମ GSTରେ ହେରଫେର କରି ଦୀର୍ଘଦିନରୁ ଜରଦା ବ୍ୟବସାୟ ହୋଇଥିବା ଅଭିଯୋଗ ରହିଛି । ଦୋକାନୀ ଜଣକ ITC ବହୁତ ମାତ୍ରାରେ ନେଉଥିବା ବେଳେ ଟ୍ୟାକ୍‌ସ ଫାଙ୍କିଥିବା ସୂଚନା ଦେଇଛନ୍ତି ସିଟି ଏଣ୍ଡ ଜିଏସଟି ଏନ୍‌ଫୋର୍ସର୍ମେଣ୍ଟ ଡେପୁଟି କମିଶନର । ତେବେ ଆମଦାନୀ, ରପ୍ତାନି ଷ୍ଟକ୍‌କୁ ନେଇ ଯାଞ୍ଚ କରୁଛି ଏହି ଟିମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.