ରାଉରକେଲାରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ୪ ଡକାୟତ ଗିରଫ

ରାଉରକେଲା(କେନ୍ୟୁଜ୍‌): ରାଉରକେଲାରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ । ବୁଧବାର ସହରର ଫଟାପାଇପ ଅଞ୍ଚଳ ବନ୍ଧମୁଣ୍ଡା – ରାଉରକେଲା ରାସ୍ତା ଦେଇ ଯାଆସ କରୁଥିବା ଯାତ୍ରୀମାନଙ୍କ ଠାରୁ ଡକାୟତି କରିବାକୁ ଯୋଜନା କରୁଥିବା ଗ୍ୟାଙ୍ଗକୁ ଧରିଛି ପ୍ଲାଣ୍ଟସାଇଟ ପୋଲିସ ।

ଅଭିଯୁକ୍ତଙ୍କ ଠାରୁ ୪ଟି ପିସ୍ତଲ , ୩୨ ରାଉଣ୍ଡ ଜୀବନ୍ତ ଗୁଳି , ୨ଟି ଦେଶୀ ବୋମା , ୨ଟି ଖଣ୍ଡା ଏବଂ ଗୋଟିଏ କାର ଜବତ ହୋଇଛି । ଧରା ପଡିଥିବା ଚାରି ଜଣ ଡକାୟତଙ୍କ ନାଁରେ ପୂର୍ବରୁ ଡକାୟତି ଓ ଛିନତାଇ ଭଳି ଅପରାଧିକ ମାମଲା ରହିଛି।

Leave A Reply

Your email address will not be published.