ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଯାପିତ, ଶେଷ ଦିନରେ ୭ଟି ଫିଲ୍ମ ପ୍ରଦର୍ଶିତ

କିଟ୍‌ କ୍ୟାମ୍ପସରେ ଚାଲିଥିବା ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଶ୍ରେଷ୍ଠ ଚଳଚିତ୍ର ଗୁଡ଼ିକୁ ପୁରସ୍କୃତ କରାଯାଇଛି । ଏଥର ଫେଷ୍ଟିଭାଲରେ ପ୍ରଥମ ପୁରସ୍କାର ପାଇଛି Satyajit Ray Film and Television Instituteର ଆନ୍‌ ଇରିଲେଭାଣ୍ଟ ଡାଇଲଗ୍‌। ଏହି ସିନେମାର ନିର୍ଦ୍ଦେଶକ ମୌଇନାକ୍‌ ଗୁହୋ । ଦ୍ୱିତୀୟ ପୁରସ୍କାର ପାଇଁ ସେହି Satyajit Ray Film and Television Instituteର ‘ପଥରୋଷା’ । ଏହି ସିନେମାର ନିର୍ଦ୍ଦେଶକ ହରିହର ସୁଧାନ । ତୃତୀୟ ପୁରସ୍କାର ପାଇଛି ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଜଙ୍କସନ। ଏହାର ନିର୍ଦ୍ଦେଶକ ପ୍ରତିକ ଗୁପ୍ତା। ସ୍ପେସାଲ ଜୁରି ଆୱାର୍ଡ ପାଇଛି ‘ନୁରେ’ । ଏହି ସିନେମାର ନିର୍ଦ୍ଦେଶକ ଅଛନ୍ତି ଆଶିଷ ପାଣ୍ଡେ । ଜୁରୀ ମେନ୍‌ସନରେ ସ୍ଥାନ ପାଇଛି କିଟ୍‌ ସ୍କୁଲ ଅଫ ଫିଲ୍ମ ଆଣ୍ଡ ମିଡିଆ ସାଇନ୍‌ସର ଲିଟିଲ ଥିଙ୍ଗ୍‌ସ । ଏହି ସିନେମାର ନିର୍ଦ୍ଦେଶକ ଅଛନ୍ତି ପ୍ରତୟ ସରକାର ।

ଆଜି ଶେଷ ଦିନରେ ୭ ଟି ଫିଲ୍ମ ପ୍ରଦର୍ଶିତ ହୋଇଛି । ସେ ଗୁଡିକ ହେଲା ଧ୍ରୁବ ହର୍ଷଙ୍କ ନିର୍ଦ୍ଦେଶିତ କୋଗିଟୋ ଏର୍ଗୋ ସମ୍‌, ଅକ୍ଷୟଗୌରୀଙ୍କ ବିହୋଲ୍‌ଡେନ୍‌, ପ୍ରଗତି ମଞ୍ଜରୀ ନନ୍ଦଙ୍କ ଡୋଣ୍ଟ କମ୍‌ ବ୍ୟାକ୍‌, ଶିରଲ ମୁର୍ମୁଙ୍କ ସଂଧାୟିନୀ, ହରିହର ସୁଧନ.କେ ଙ୍କ ପଥରୋଷା, ରାହୁଲ ବିଶ୍ୱାସଙ୍କ ଦି ସ୍ମୋକି ଗ୍ରୀନ୍‌ ଏବଂ ଶେଷରେ ପ୍ରଦର୍ଶିତ ହୋଇଥିଲା ସ୍ୱର୍ଗତଃ ମନମୋହନ ମହାପାତ୍ରଙ୍କ ଭିଜା ମାଟିର ସ୍ୱର୍ଗ। ଆଜିର ଉଦ୍‌ଯାପନୀ ଉତ୍ସବରେ ଉପସ୍ଥିତ ଥିଲେ, ଫେଡେରେସନ ଅଫ ଫିଲ୍ମ ସୋସାଇଟି ଅଫ ଇଣ୍ଡିଆର ପୂର୍ବାଞ୍ଚଳ ଉପସଭାପତି ପ୍ରେମେନ୍ଦ୍ର ମଜୁମ୍‌ଦାର, ଫିଲ୍ମ ପ୍ରଯୋଜକ ଅକ୍ଷୟ କୁମାର ପରିଜା, ପ୍ରଖ୍ୟାତ ସାମ୍ବାଦିକ ତଥା ସିନେ ସମୀକ୍ଷକ ପ୍ରଦୋଷ ପଟ୍ଟନାୟକ , ଅଭିନେତା ମିହିର ଦାସ ଏବଂ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର। ଉଦ୍‌ଯାପନୀ ଉତ୍ସବରେ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ସମ୍ବୋଧିତ କରିଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.