ସରିଲା ମେକ୍ ଇନ୍ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ, ଶେଷ ଦିନରେ ଲଞ୍ଚ ହେଲା ବାୟୋଟେକ୍‌ ପଲିସି

ଭୁବନେଶ୍ବର : ସରିଲା ମେକ ଇନ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଆଜି ପଞ୍ଚମ ତଥା ଶେଷ ଦିନରେ ଥିଲା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉପରେ ଅଧିବେଶନ । ଏଥିରେ ଲଞ୍ଚ ହୋଇଛି ବାୟୋଟେକ୍‌ ପଲିସି । ଏହି ପଲିସି ଷ୍ଟାର୍ଟ-ଅପ୍‌ ଓ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ବାୟୋଟେକ୍‌ ପାଇଁ ଓଡ଼ିଶା ପ୍ରକୃଷ୍ଟ ସ୍ଥାନ। ଏଥିରେ କ୍ରିଷ୍ଣା-ଆଲ୍ଲା କମ୍ପାନୀ ପୁଞ୍ଜି ବିନିଯୋଗ କରିବ । ୫୦୦ କୋଟି ଟଙ୍କା ବିନିଯୋଗ ପାଇଁ ପ୍ରତିଶ୍ରୁତି ମିଳିଛି । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଆସିଥିବା ସମସ୍ତ ପ୍ରସ୍ତାବ ଓ ପୁଂଜି ନିବେଶକୁ ତ୍ୱରାନ୍ଵିତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

himanshu khatuaସେହିପରି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଶେଷ ଦିନରେ ଅନୁଷ୍ଠିତ ହୋଇଥିଲା ମିଡିଆ ଓ ମନୋରଂଜନ ଶିଳ୍ପ ସଂପର୍କିତ ଅଧିବେଶନ । ଏଥିରେ ମିଡିଆ ଓ ମନୋରଂଜନ କ୍ଷେତ୍ରରେ କାମ କରୁଥିବା ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଓଡ଼ିଶାରେ ଭଲ ପ୍ରସାରଣ ସେବା ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତି ଉପରେ ମତ ରଖିଥିଲେ କଳିଙ୍ଗ ଟିଭିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ । ପ୍ରସାରଣ ସେବା କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଓ ସ୍ୱଚ୍ଛତା ଉପରେ ମତ ରଖିଥିଲେ । ସେହିପରି ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାରପଟ୍ଟନାୟକ ମଧ୍ୟ ମତାମତ ରଖିଥିଲେ । ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ଓ ରାଜୁ ମିଶ୍ର ମନୋରଂଜନ ଶିଳ୍ପ ସଂପର୍କରେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.