ଆରମ୍ଭ ହେଲା ଆଂଶିକ ସୂର୍ଯ୍ୟୋପରାଗ : ଓଡ଼ିଶାରେ ୨୦ ମିନିଟ୍‌ ପାଇଁ ଦୃଶ୍ୟମାନ ହେବ, ସନ୍ଧ୍ୟା ୬ଟା ୨୬ରେ ମୋକ୍ଷପ୍ରାପ୍ତି

ଭୁବନେଶ୍ୱର (କେନ୍ୟୁଜ): ଆଜି ଚଳିତବର୍ଷର ଶେଷ ସୂର୍ଯ୍ୟୋପରାଗ । ଦେଶରେ ସୂର୍ଯ୍ୟୋପରାଗ ଆରମ୍ଭ । ଓଡ଼ିଶାରେ ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ ହେବ । ସଂଧ୍ୟା ୬ଟା ୨୬ ମିନିଟ୍‌ ୫୨ସେକେଣ୍ଡରେ ସର୍ବମୋକ୍ଷ । ଓଡ଼ିଶାରେ କେବଳ ୨୦ ମିନିଟ୍‌ ପାଇଁ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ଭୁବନେଶ୍ୱରରେ ୪ଟା ୫୭ ମିନିଟ୍‌ରେ ୨୦ ମିନିଟ୍‌ ଯାଏ ଦୃଶ୍ୟମାନ ହେବ ଆଶିଂକ ସୂର୍ଯ୍ୟୋପରାଗ ।

ଏହାକୁ ଖାଲି ଆଖିରେ ଦେଖିବେ ନାହିଁ । ସୌର ଚଷମା ଓ ଦୂରବୀକ୍ଷଣ ମାଧ୍ୟମରେ ଦେଖିବାକୁ ପରାମର୍ଶ ଦେଇଛନ୍ତି ବୈଜ୍ଞାନିକ । ସୂର୍ଯ୍ୟୋପରାଗ ପାଇଁ ଭୋର୍‌ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ସର୍ବମୋକ୍ଷ ପରେ ଦୈନନ୍ଦିନ ନୀତି ଆରମ୍ଭ ହେବ । ଆସନ୍ତାକାଲି ସୂର୍ଯ୍ୟୋଦୟ ପରେ ଆରମ୍ଭ ହେବ ଦେବନୀତି । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଗୋଟିଏ ସରଳରେଖାରେ ଚନ୍ଦ୍ର ଆସିବା କାରଣରୁ ପୃଥିବୀର କିଛି ଭୂଭାଗରୁ ସୂର୍ଯ୍ୟ ସମ୍ପୂର୍ଣ୍ଣ ଗୋଲ ଦେଖାଯିବ ନାହିଁ । ଅର୍ଥାତ ପୃଥିବୀ ପୃଷ୍ଠରୁ ସୂର୍ଯ୍ୟଙ୍କର କିଛି ଅଂଶ ଦେଖାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.