ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶେଷ ଯାତ୍ରା ଆରମ୍ଭ, ମଙ୍ଗଳବାର ଲଣ୍ଡନକୁ ନିଆଯିବ

କେନ୍ୟୁଜ୍(ବ୍ୟୁରୋ): ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି। ଲାଲକିଲ୍ଲାଠୁ ରାଷ୍ଟ୍ରପତି ଭବନ । ଅର୍ଦ୍ଧନମିତ ରହିଲା ଜାତୀୟ ପତାକା । ମହାରାଣୀଙ୍କ ବିୟୋଗରେ ଦେଶରେ ପାଳିତ ହୋଇଛି ଦିନିକିଆ ରାଷ୍ଟ୍ରୀୟ ଶୋକ । ସରକାରୀ ଭାବେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ଦିଆଯାଇଥିଲା । ଏପଟେ କୋଲକାତାର Victoria Memorial ସମେତ କଲିକତା ହାଇକୋର୍ଟ ଓ ରାଜଭବନ ସମେତ ଅନେକ ସ୍ଥାନରେ ଅର୍ଦ୍ଧନମିତ ରହିଥିଲା ତିରଙ୍ଗା । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିପକ୍ଷ ଲିଜ ଟ୍ରସଙ୍କ ସହ ଫୋନରେ କଥା ହେବା ସହ ମହାରାଣୀଙ୍କ ବିୟୋଗରେ ରାଜପରିବାର ପ୍ରତି ଶୋକବ୍ୟକ୍ତ କରିଛନ୍ତି । କେବଳ ଭାରତ ନୁହେଁ ମହାରାଣୀଙ୍କୁ ସାରା ବିଶ୍ୱ ଜଣାଉଛି ଶ୍ରଦ୍ଧାଞ୍ଜଳି । ତାଙ୍କ ସମ୍ମାନରେ ବ୍ରିଟେନ ଓ ରାଜ୍ୟଗୋଷ୍ଠୀ ଦେଶଗୁଡିକର ୧୦ ଦିନିଆ ଶୋକ ପାଳନ କରାଯାଉଛି ।

ଏପଟେ ମହାରାଣୀ ଏଲିଜାବେଥଙ୍କ ବଡ଼ ପୁଅ କିଙ୍ଗ ଚାର୍ଲସ୍‌-୩ ଏବେ ବ୍ରିଟେନର ରାଜା । ଲଣ୍ଡନ ଜେମସ୍‌ ପ୍ୟାଲେସରେ ରାଜ୍ୟାଭିଷେକ ପରେ ବକିଂହାମ ପ୍ୟାଲେସ ଫେରିଛନ୍ତି କିଙ୍ଗ ଚାର୍ଲସ । ମହାରାଜାଙ୍କ ବକିଂହାମ୍‌ ପ୍ୟାଲେସରେ ବିପୁଳ ସ୍ୱାଗତ କରାଯାଇଥିଲା । ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ଶହ ଶହ ଲୋକ । ମହାରାଜା ଓ ରାଣୀ କାମିଲା ପାର୍କର ନିଜ ଗାଡ଼ିରୁ ଓହ୍ଲାଇ ଲୋକଙ୍କ ପାଖକୁ ଯାଇଥିଲେ । ହାତ ମିଶାଇବା ସହ ଲୋକଙ୍କ ଶୁଭେଚ୍ଛା ଗ୍ରହଣ କରିଥିଲେ ମହାରାଜା । କିଙ୍ଗ ଚାର୍ଲସଙ୍କ ବଡ଼ ପୁଅ ଓ୍ଵିଲିୟମସ୍‌ ଚାର୍ଲସଙ୍କ ଉତ୍ତରାଧିକାରୀ ହେବେ । ତାଙ୍କୁ ପ୍ରିନ୍ସ ଅଫ୍‌ େଓ୍ଵଲସ୍‌ କୁହାଯିବ ।

eleiza

ଗତ ଗୁରୁବାର ୯୬ ବର୍ଷ ବୟସରେ ରାଣୀ ଏଲିଜାବେଥ୍‌ଙ୍କ ପରଲୋକ ହୋଇଥିଲା। ଆସନ୍ତା ୧୯ ତାରିଖରେ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ ହେବ । ଲଣ୍ଡନର େଓ୍ଵଷ୍ଟମିନିଷ୍ଟର ଆବେରେ ରାଜକୀୟ ପରମ୍ପରା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ହେବ । ଏ ନେଇ ବକିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ଶେଷକୃତ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.