ପଞ୍ଚଭୂତରେ ଲୀନ ହେଲେ ଓଲିଉଡର ପ୍ରସିଦ୍ଧ ପ୍ଲେ ବ୍ୟାକ ସିଙ୍ଗର ତପୁ ମିଶ୍ର, ସତ୍ୟନଗର ମଶାଣିରେ ସମ୍ପନ୍ନ ହେଲା ଶେଷକୃତ୍ୟ

ଭୁବନେଶ୍ୱର(କେ ନ୍ୟୁଜ): ପଞ୍ଚଭୂତରେ ଲୀନ ହେଲେ ଓଲିଉଡର ପ୍ରସିଦ୍ଧ ପ୍ଲେ ବ୍ୟାକ ସିଙ୍ଗର ତପୁ ମିଶ୍ର । ଭୁବନେଶ୍ୱରସ୍ଥ ସତ୍ୟନଗର ମଶାଣିରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ବେଳେ ମୁଖାଗ୍ନି ଦେଇଛନ୍ତି ତାଙ୍କ ସ୍ୱାମୀ ଦୀପକ ପୂଜାରୀ । କହିରଖିବା ଉଚିତ ହେବକି ତପୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତରେ ଜଣାଶୁଣା ନାଁ ଥିଲେ ତପୁ ମିଶ୍ର । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଶା ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍‌ ଗୀତ ।

ସେ ଓଡ଼ିଆ ଫିଲ୍ମ ଓ ଆଲବମ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି । ଏହାଛଡା ତପୁ ମିଶ୍ର ଅନେକ କାର୍ଯ୍ୟକ୍ରମରେ ବିଚାରକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଗୁଡଲୀ ରଥ ଓ ପମିଙ୍କ ସହ ବିଚାରକ ଭାବେ କାମ କରିଛନ୍ତି । ଚକୋଲେଟ, ଲୋଫର, ମୋଷ୍ଟ ଓ୍ଵାଣ୍ଟେଡ, ତୁ ଥା ମୁଁ ଯାଉଛି ରୁଷି, ଅଞ୍ଜଳି, ସ୍ୱୟଂସିଦ୍ଧା, ପହିଲି ରଜ, ଶୁଭ ବିବାହ ଭଳି ସୁପରହିଟ ଫିଲ୍ମରେ କଣ୍ଠଦାନ କରିଛନ୍ତି ତପୁ ମିଶ୍ର । ଲଭ ଡଟ୍‌ କମ, ଡ୍ରିମ ଗାର୍ଲ, ଆ ଜହ୍ନରେ ଲେଖିବା ନାଁ, ପ୍ରେମରୋଗୀ ଫିଲ୍ମରେ କଣ୍ଠଦାନ କରି ପ୍ରତିଟି ଓଡ଼ିଆ ଘରେ ପହଁଚି ପାରିଥିଲେ ତପୁ ମିଶ୍ର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.