ଭାଙ୍ଗିଗଲା ଦୁଇ ଭାଇଙ୍କ ଯୋଡି: ସରିଲା କାଳିଆର ଶେଷକୃତ୍ୟ, ବିଦାୟ ଦେଲା ସାରା ଗାଁ

କନ୍ଧମାଳ : ଛିଡିଗଲା ଜଗା-କାଳିଆ ଡୋରି । କନ୍ଧମାଳ ଜିଲ୍ଲା ଫିରଙ୍ଗିଆ ବ୍ଲକ ମିଲୁପଡ଼ାରେ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯାଇଛି। କାଳିଆକୁ ଶେଷ ବିଦାୟ ଦେଇଛନ୍ତି ସାରା ଗାଁ। ମୃତ ଦେହ ସଂସ୍କାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ ସାହାଯ୍ୟ କରାଯାଇଛି ।

ସୂଚନା ଥାଉକି, ଗତ ତିନି ବର୍ଷ ତଳେ  ଅପରେସନ କରାଯାଇ ଜଗା-କାଳିଆଙ୍କ ଯୋଡା ମୁଣ୍ଡକୁ ଅଲଗା  କରାଯାଇଥିଲା । ଦୁହେଁ ଦିଲ୍ଲୀରୁ ଫେରିବା ପରେ ସୁସ୍ଥ ଥିଲେ । କିନ୍ତୁ ଜଗା ବଂଚିଥିବା ବେଳେ ଭାଇ କାଳିଆ ତାକୁ ଛାଡି ଚାଲିଯାଇଛି। ଏଥିପାଇଁ ପରିବାର ଲୋକେ ବେଶ ଦୁଃଖିତ ଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.