ଓଡ଼ିଆ ବୀର ଯବାନ ଜୟପ୍ରକାଶ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ, ବିଏସଏଫ ପକ୍ଷରୁ ଦିଆଗଲା ତୋପ ସଲାମୀ

ଟାଙ୍ଗି(କେନ୍ୟୁଜ୍‌): ଓଡ଼ିଆ ବୀର ଯବାନ ଜୟପ୍ରକାଶ ମହାପାତ୍ରଙ୍କ ପାର୍ଥିବ ଶରୀରକୁ ବିଏସଏଫ ପକ୍ଷରୁ ତୋପ ସଲାମୀ ଦିଆଯାଇଛି । ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନେଇଥିଲେ ଗ୍ରାମ ଶ୍ମଶାନ ଘାଟକୁ । ଶୋକାକୂଳ ପରିବେଶରେ ଶବ ସଂସ୍କାର କରାଯାଇଛି।

ଆସାମ ସିଲିଗଂରେ କାର୍ଯ୍ୟରତ ଓଡିଆ ବିଏସଏଫ ଯବାନ ନିଜ କାର୍ଯ୍ୟାଳୟରେ ନୂତନ ଯବାନଙ୍କୁ ଡ୍ରାଇଭିଂ ଟ୍ରେନିଙ୍ଗ ଦେଉଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଯବାନ ଜୟ ପ୍ରକାଶ ମହାପାତ୍ର । ବୀର ଯବାନ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ଅରାଚଂଳ ଗ୍ରାମର । ଆଜି ଓଡ଼ିଆ ବିର ଯବାନ ଜୟପ୍ରକାଶ ମହାପାତ୍ରଙ୍କ ପାର୍ଥିବ ଶରୀରକୁ ବିଏସଏଫ ପକ୍ଷରୁ ତୋପ ସଲାମୀ ଦିଆଯାଇଛି । ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନେଇଥିଲେ ଗ୍ରାମ ଶ୍ମଶାନ ଘାଟକୁ । ସେଠାରେ ସଂସ୍କାର କରାଯାଇଥିଲା।

ଜୟପ୍ରକାଶଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳବାସୀ ଗର୍ବିତ । ଏପଟେ  ସହିଦ ଜୟପ୍ରକାଶଙ୍କ ପତ୍ନୀ ତୃପ୍ତିରେଖା ମହାପାତ୍ର ଦୁଇ ଝିଅ ଶୁଭସ୍ମିତା ମହାପାତ୍ର ଓ ପ୍ରତିକ୍ଷା ମହାପାତ୍ର ଦୁଃଖରେ ଭାଙ୍ଗି ପଡିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.