ଜନ୍ମମାଟିରେ ଧର୍ମଶାଳାରେ ଶୋକାକୁଳ ପରିବେଶ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ସହିଦ ଶଶାଙ୍କ ଶେଖରଙ୍କ ଶେଷକୃତ୍ୟ

ଯାଜପୁର: ବୀର ଓଡ଼ିଆ ଯବାନଙ୍କୁ ଝୁରୁଛି ରାଜ୍ୟ । କାନ୍ଦୁଛି ବୀରଙ୍କ ଗାଁ, କାନ୍ଦୁଛି ପରିବାର, କାନ୍ଦୁଛନ୍ତି ଆତ୍ମୀୟସ୍ୱଜନ । ଲଦାଖରେ ଡ୍ୟୁଟିରେ ଥିବା ବେଳେ ଦେଶ ପାଇଁ ସହିଦ ହୋଇଛନ୍ତି ଯାଜପୁର ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗାଁର ଯବାନ ଶଶାଙ୍କ ଶେଖର ସାମଲ । ଆସନ୍ତା ମାସ ଘରକୁ ଆସିବେ ବୋଲି କହିଥିଲେ । କିନ୍ତୁ ମାସକ ପୂର୍ବରୁ ଆସିଲା ତାଙ୍କର ମରଶରୀର । ଗତକାଲି ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ବୀର ଯବାନଙ୍କ ପାର୍ଥିବ ଶରୀର । ବିମାନବନ୍ଦରରେ ସହିହ ଶଶାଙ୍କଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ବରୀ ବିଧାୟିକା ସୁନନ୍ଦା ଦାସ ଓ ରାଜ୍ୟ ପ୍ରଶାସନ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଚଳି ଦିଆଯାଇଥିଲା । ଏହା ପରେ ମର ଶରୀରକୁ ଯାଜପୁର ନିଆଯାଇଥିଲା ।

ବଡ଼ଚଣାରେ ପହଞ୍ଚିବା ପରେ ବାଇଲ ରାଲି କରି ସ୍ଥାନୀୟ ଲୋକେ ଗାଁକୁ ନେଇଥିଲେ । ପ୍ରତ୍ୟେକ ଛକ ଓ ବାଜରରେ ସ୍ଥାନୀୟ ଲୋକେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ କରିବା ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସହିଦଙ୍କ ମରଶରୀର ଘରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁ ଦାଣ୍ଡ । ସମସ୍ତଙ୍କ ଆଖିରେ ଲୁହ । ଭାରତ ମାତାକି ଜୟ, ସହିଦ ଯବାନ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି ।

sahid sasankଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହିବା ସହ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ସହ ବହୁ ରାଜନେତା ସାମିଲ ହୋଇଥିଲେ । ସ୍ୱର୍ଗତ ଯଦୁନାଥ ସାମଲଙ୍କ ପୁଅ ଶଶାଙ୍କ । ସେ ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ଥିଲେ । ଗୁରୁବାର ବିଳମ୍ବିତ ରାତିରେ ଡ୍ୟୁଟିରୁ ଫେରୁଥିବା ବେଳେ ଶତ୍ରୁପକ୍ଷର ଆକ୍ରମଣରେ ସହିଦ ହୋଇଥିଲେ । ୪ବର୍ଷ ତଳେ ଶଶାଙ୍କ ବିବାହ କରିଥିଲେ । ତାଙ୍କର ୨ବର୍ଷର ପୁଅଟିଏ ଅଛି । ପୂର୍ବରୁ ଶଶାଙ୍କଙ୍କ ବାପା ମଧ୍ୟ ଦେଶର ସୁରକ୍ଷା ପାଇଁ ସହିଦ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.