ଶ୍ମଶାନରେ ମୋବାଇଲ୍ ଟର୍ଚ୍ଚ ଏବଂ ଗାଡି ଲାଇଟ୍ ଲଗାଇ ଶେଷକୃତ ସମ୍ପନ୍ନ କଲେ ଗ୍ରାମବାସୀ

ଚୌଦ୍ଵାର: ସମସ୍ୟା, ସମସ୍ୟା, ସମସ୍ୟା । ସବୁଦିନ କେଉଁଠି ନା କେଉଁଠି କିଛି ନା କିଛି ସମସ୍ୟା ମୁଣ୍ଡ ଟେକିଥାଏ । ଯାହାର ସମାଧାନ କିଛି ସ୍ଥାନରେ ପ୍ରଶାସନ ପକ୍ଷରୁ କରାଯାଇଥାଏ ତ କେଉଁଠି ପ୍ରଶାସନର ଅଣଦେଖା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସାଧାରଣ ଲୋକେ । ତେବେ ଆଜିର ଏଇ ସମାଜରେ ଏବେବି ମଣିଷ ନିଜର ମୌଳିକ ସୁବିଧା ପାଇଁ ବି ସଂଗ୍ରାମ କରୁଛି । କେଉଁଠି ରାସ୍ତା ପାଇଁ ତ କେଉଁଠି ପାନୀୟ ଜଳ ପାଇଁ । ତେବେ ଗତକାଲି ଏଭଳି କିଛି ସମସ୍ୟାକୁ ନେଇ ଦେଖିବାକୁ ମିଳିଥିଲା ଅଭାବନୀୟ ଛବି ।
ଯାହା ସୂଚନା ମିଳିଛି, ଗତକାଲି ଚୌଦ୍ଵାର ମୁଣ୍ଡମାଳ ଗ୍ରାମର କୃଷ୍ଣ ଚନ୍ଦ୍ର ଦାସ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟ ହୋଇଥିଲା । ଯିଏକି ଜଣେ ନାମ ସଙ୍କୀର୍ତ୍ତନି ଭାବେ ଗାଁରେ ପରିଚିତ ଥିଲେ । ତେବେ ତାଙ୍କର ଶେଷକୃତ ପାଇଁ ଏକାଠି ହୋଇଥିଲେ ସାହି ଭାଇ । ମରଶରୀରକୁ ନିଆଯାଇଥିଲା ବଧି ଶ୍ମଶାନକୁ । ହେଲେ ସେଠାରେ ଯେଉଁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ଯାହା ନକହିବା ଭଲ ।ସରକାରଙ୍କର ମାଳ ମାଳ ଯୋଜନା ସତ୍ୱେ, ଶ୍ମଶାନରେ ଦାହ ହେଉଥିବା ସ୍ଥାନକୁ କଣ ପାଇଁ ଏମିତି ଅଣଦେଖା କରାଯାଇଛି? ତାହା ସଧାରଣରେ ଏବେ ଚର୍ଚ୍ଚା ।
ହଁ ଆଜ୍ଞା ଏ ଘଟଣା ହେଉଛି ଚୌଦ୍ଵାର ପୌରପାଳିକା ଅନ୍ତର୍ଗତ ବଧୀ ଶ୍ମଶାନର । ଏହି ଶ୍ମଶାନ ଉପରେ ଚୌଦ୍ଵାର ପୌରପାଳିକାର ପାଖାପାଖି ୯ ରୁ ୧୦ ଟି ୱାର୍ଡ ଓ ଦୁଇଟି ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି । ବଡ ଦୁଃଖର ବିଷୟ ଏହି କି ଯେ ଏହି ଶ୍ମଶାନକୁ ଯିବା ଆସିବା ପାଇଁ ନା ଅଛି ଭଲ ରସ୍ତା ନା ଅଛି ଆଲୋକ । ଆଲୋକର କଥା ଖାଲି ନୁହେଁ ଆଜ୍ଞା ଶ୍ମଶାନରେ ଟିକେ ପାନୀୟ ଜଳର ସୁବିଧା ବି ନାହିଁ । ଫଳରେ ବାଧ୍ୟ ହୋଇ ବଧି ଶ୍ମଶାନରେ ମୋବାଇଲ୍ ଟର୍ଚ୍ଚ ଏବଂ ଗାଡି ଲାଇଟ୍ ଦ୍ଵାରା ମୃତଦେହ ଦାହ କରିବାକୁ ବାଧ୍ୟ ହେଉଛନ୍ତି । ଶ୍ମଶାନକୁ ଆସୁଥିବା ଲୋକମାନେ । ଏହା ପୁଣି ଖୋଦ ଚୌଦ୍ଵାର ପୌରପାଳିକାର ପୌରାଧକ୍ଷଙ୍କ ୱାର୍ଡ ।
ସୂଚନା ଥାଉକି, ଅଞ୍ଚଳବାସୀ ଏ ଅସୁବିଧା ବିଷୟରେ ବାରମ୍ବାର ଅଞ୍ଚଳର କାଉନସିଲର ଓ ବିଧାୟକଙ୍କୁ ଜଣାଇଥିଲେ ମଧ୍ୟ, ଆଲୋକ ଓ ପାନୀୟ ଜଳ ସୁବିଧାରୁ ବଞ୍ଚିତ ରହୁଛନ୍ତି । ଫଳରେ ବାଧ୍ୟ ହୋଇ ମୋବାଇଲ୍ ଟର୍ଚ୍ଚ ଏବଂ ଗାଡି ଲାଇଟ୍ ଦ୍ଵାରା ମରଶରୀର ଦାହ କରିଆସୁଛନ୍ତି ଚୌଦ୍ଵାର ବାସୀ ।
ଆହୁରି ପଢନ୍ତୁ: ଶତାୟୁଙ୍କ ଜନ୍ମଦିନ ପାଳନ କଲେ ପରିବାର ଓ ଅଞ୍ଚଳବାସୀ, ସାଉଁଣ୍ଟୁଛନ୍ତି…