କିଟ୍ ବିଶ୍ବବିଦ୍ୟାଳୟର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଛାତ୍ର ସଂଗଠନ, ବିଶୃଙ୍ଖଳାକୁ ବଢ଼ାଇ ପିଲାଙ୍କ ଭବିଷ୍ୟତ ସହ ଖେଳା ନ ଯାଉ

ଶେଷରେ କିଟ୍ ବିଶ୍ବବିଦ୍ୟାଳୟର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଛାତ୍ର ।  କିଟ୍ ବିରୋଧରେ ହେଉଥିବା କୁତ୍ସାରଟନା ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର ସଂଗଠନ ।  କିଟକୁ ବଦନାମ କରିବା ପାଇଁ ଯେଉଁ ଅପପ୍ରୟାସ ଚାଲିଛି ତା ବିରୋଧରେ ଆଜି ଅଲ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟସ ଆସୋସିଏସନ୍ କିଟ୍ ସମ୍ମୁଖରେ ଶୋଭାଯାତ୍ରା କରିଛନ୍ତି ।

ହଜାର ହଜାର ପିଲାଙ୍କ ଭବିଷ୍ୟତ ସହ ଖେଳ ନକରି କିଟର ଶୈକ୍ଷିକ ବାତାବରଣରେ ବାଧା ସୃଷ୍ଟି ନକରିବାକୁ ଛାତ୍ରମାନେ ଦାବି କରିଛନ୍ତି ।  ଏଠାରେ ୪୦ ହଜାର ପିଲା ଶିକ୍ଷା ଗ୍ରହଣ କରୁଛନ୍ତି । ସେମାନଙ୍କୁ ଶାନ୍ତିରେ ପାଠ ପଢ଼ିବାକୁ ସୁଯୋଗ ଦିଆଯାଉ ।  ଆଉ ବିଶୃଙ୍ଖଳାକୁ ଅଧିକ ନବଢ଼ାଇ ସମାପ୍ତ କରାଯାଉ ବୋଲି କହିଛନ୍ତି ଛାତ୍ରମାନେ  ।  ଆନ୍ଦୋଳନ କରୁଥିବା ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ତଥା ବ୍ୟକ୍ତିବିଶେଷ ଏବଂ ଅଣଛାତ୍ରମାନଙ୍କ ଯୋଗୁଁ କିଟ୍ ପରିସରରେ ଅଶାନ୍ତ ବାତାବରଣ ସୃଷ୍ଟି ହେଉଛି ।

ଫଳରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯିବାର ଆଶଙ୍କା ରହିଛି ।  ତେଣୁ ସେମାନେ ସାଧାରଣ ଜନତା, ପ୍ରଶାସନ, ବିଭିନ୍ନ ରାଜେନୖତିକ ଦଳ ଓ ସଂଗଠନ ଏବଂ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କୁ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ।