ବିଳମ୍ବିତ ରାତିରେ ପ୍ରକାଶ ପାଇଲା କଂଗ୍ରେସର ୫୪ଜଣିଆ ପ୍ରାର୍ଥୀ ତାଲିକା

୨ଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବଲାଙ୍ଗୀର ଲୋକସଭା ଆସନ ପାଇଁ ସମରେନ୍ଦ୍ର ମିଶ୍ର ଓ କୋରାପୁଟ ଆସନ ପାଇଁ ସପ୍ତଗିରି ଉଲ୍ଲାକାଙ୍କ ନାଁ ଘୋଷଣା କରାଯାଇଛି। ଗତକାଲି କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟିରେ ଆଲୋଚନା ପରେ ବିଳମ୍ବିତ ରାତିରେ ତାଲିକା ପ୍ରକାଶ ପାଇଛି।

କଂଗ୍ରେସ ମଧ୍ୟ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ବିଜେପୁରରୁ ରିପୂନାଥ ସେଠ୍, ଭଟଲୀରୁ ସରୋଜ ମହାପାତ୍ର, ଝାରସୁଗୁଡ଼ାରୁ ମହେନ୍ଦ୍ର ନାୟକ, ତଳସରାରୁ ପ୍ରଫୁଲ ମାଝୀ, ସୁନ୍ଦରଗଡ଼ରୁ ଅମିତ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ରଘୁନାଥପାଲୀରୁ ପ୍ରଶାନ୍ତ ସେଠୀ, ରାଉରକେଲାରୁ ମୁକ୍ତିକାନ୍ତ ବିଶ୍ୱାଳ, କୁଚିଣ୍ଡାରୁ ଶୋଭରାମ ପ୍ରଧାନ, ରେଙ୍ଗାଲିରୁ ବାଳକୃଷ୍ଣ ରୋହିଦାସ, ସମ୍ବଲପୁରରୁ ଅଶ୍ୱିନୀ କୁମାର ଗୁରୁ, ରେଢାଖୋଲରୁ ଅସଫ୍ ଅଲୀ ଖାନ୍, ଦେବଗଡ଼ରୁ ଉମାଶଙ୍କର ସାହୁ ପ୍ରାର୍ଥୀ ହୋଇଛନ୍ତି । ଆନନ୍ଦପୁରରୁ ଜୟଦେବ ଜେନା, କେନ୍ଦୁଝରରୁ ବିଦ୍ୟାଧର ଦେହୁରୀ, ଚମ୍ପୁଆରୁ ଯଦୁମଣି ବାରିକ, କରଞ୍ଜିଆରୁ ସୁଦାମ ଚରଣ ନାୟକ, ଜଳେଶ୍ୱରରୁ ସୁଦର୍ଶନ ଦାସ, ନୀଳଗିରିରୁ ମନୋଜ ମଞ୍ଜରୀ ଦେବୀ, କୋରେଇରୁ ବନ୍ଦିତା ପରିଡ଼ା, ଢେଙ୍କାନାଳରୁ ନବୀନ ନନ୍ଦ ପ୍ରାର୍ଥୀ ହୋଇଛନ୍ତି ।

ପାଲଲହଡ଼ାରୁ ସୁବ୍ରତ ଗଡନାୟକ, ତାଳଚେରରୁ ସୁରେଶ ଚନ୍ଦ୍ର ବେହେରା, ଅନୁଗୁଳରୁ ବିପ୍ଳବ ଜେନା, ଛେଣ୍ଡିପଦାରୁ ସସ୍ମିତା ବେହେରା ଆଠମଲ୍ଲିକରୁ ବିଜୟାନନ୍ଦ ଚୋହିଆ, ସୋନପୁରରୁ ଚିତ୍ତରଞ୍ଜନ ମିଶ୍ର, ଲୋଇସିଂହାରୁ ନବକିଶୋର ନାୟକ, ଟିଟିଲାଗଡ଼ରୁ ସୁରେନ୍ଦ୍ର ସିଂ ଭୋଇ, କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଉମରକୋଟରୁ ଯଶୋଦାରାଣୀ ଗଣ୍ଡ, ଜୁନାଗଡ଼ରୁ ଅନୀଲ ସିଂଦେଓ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଭବାନୀପାଟଣାରୁ ସାଗର ଚରଣ ଦାସ, ନର୍ଲାରୁ ଚିତ୍ତରଞ୍ଜନ ମଣ୍ଡଳ, ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ଆଠଗଡ଼ରୁ ଉମାବଲ୍ଲଭ ରଥ, ବାରବାଟୀ-କଟରୁ ମହମ୍ମଦ ମୋକିମ୍, କଟକ ସଦରରୁ ରତ୍ନାକର ବେହେରା, କେନ୍ଦ୍ରାପଡ଼ାରୁ ଯଜ୍ଞେଶ୍ୱର ବେହେରା, ଆଳିରୁ ଦେବେନ୍ଦ୍ର ଶର୍ମା, ରାଜନଗରରୁ ଅଂଶୁମାନ ମହାନ୍ତି, ଜଗତସିଂହପୁରରୁ ଚିରଞ୍ଜୀବ ବିଶ୍ୱାଳ ପ୍ରାର୍ଥୀ ହୋଇଛନ୍ତି । କାକଟପୁରରୁ ବିଶ୍ୱଭୂଷଣ ଦାସ, ବ୍ରହ୍ମଗିରି ଉମାକାନ୍ତ ବରାଳ, ସତ୍ୟବାଦୀ ପ୍ରସାଦ ହରିଚନ୍ଦନ, ଭୁବନେଶ୍ୱର ଏକାମ୍ରରୁ ରଶ୍ମୀରେଖା ମହାପାତ୍ର, ଜଟଣୀରୁ ସୁରେଶ ରାଉତରାୟ, ରଣପୁରରୁ ଶୁଭଶ୍ରୀ ପଣ୍ଡା, ଖଲ୍ଲିକୋଟରୁ ଭୋକାଲି ସେଠୀ, ସୋରଡାରୁ ସଂଗ୍ରାମ ମହାନ୍ତି, ଦିଗପହଣ୍ଡିରୁ ପ୍ରଫୁଲ୍ଲ ପଣ୍ଡା, ପାରଳାଖେମୁଣ୍ଡି କେ.ସୂର‌୍ୟ୍ୟା ରାଓ, ରାୟଗଡ଼ାରୁ ଆପ୍ପାଲିସ୍ୱାମୀ କାଡ୍ରାକା, ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା ଓ କୋଟପାଡରୁ ଚନ୍ଦ୍ରଶେଖର ମାଝୀ ପ୍ରାର୍ଥୀ ହୋଇଛନ୍ତି ।

KNews Bureau

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

9 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

12 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

19 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

21 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

57 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago