Categories: ରାଜ୍ୟ

ବିଧାନସଭାରେ କିସ୍‌ ଓ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ, ଗୁଣାତ୍ମକ ଶିକ୍ଷା ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଭୂୟସୀ ପ୍ରଶଂସା

ବିଧାନସଭାରେ କିସ୍‌ ଓ କିଟ୍‌ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା। ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ସ ମାନ୍ୟତା ପାଇବା ପରେ କଂଗ୍ରେସ ବିଧାୟକ ପ୍ରଶଂସାରେ ପୋତିଛନ୍ତି କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟକୁ। ଆଜି ବିଧାନସଭାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ଉପରେ ଆସିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ହେଉଥିବା ବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କିସ୍‌ ଓ କିଟ୍‌ ଭଳି ଶିକ୍ଷାନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଛନ୍ତି। କିସ୍‌ ରେ ୨୫ ହଜାର ଆଦିବାସୀ ପିଲା ପାଠ ପଢୁଛନ୍ତି। ସେମାନଙ୍କ ଭିତରୁ ଅନେକ ଡାକ୍ତର ଓ ଇଞ୍ଜିନିୟର ବାହାରିଲେଣି। ଯେତେବେଳେ କିସ୍‌ ଆରମ୍ଭ ହୋଇଥିଲା ସେତେବେଳେ ଲମତାପୁଟରୁ ୧୦ ଆଦିବାସୀ ପିଲାଙ୍କୁ ଆଣି ଛାଡିଥିଲି। ଚଳିତବର୍ଷ କିସ୍‌ରେ ଗୁଣାତ୍ମକ ଶିକ୍ଷାର ଆଉ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଚଳିତବର୍ଷ କିସର ୩ଜଣ ଛାଚ୍ରଛାତ୍ରୀ ପିଣ୍ଟୁ ଲାକ୍ରା, ସମ୍ବରୀ, ମୁର୍ମୁ ଓ ସିଦ୍ଧେଶ୍ୱର ମୁର୍ମୁ ସର୍ବଭାରତୀୟ ମେଡିକାଲ ପରୀକ୍ଷା ନିଟରେ ସଫଳତା ହାସଲ କରି ବୁର୍ଲା, କୋରାପୁଟ ଓ ବାଲେଶ୍ୱର ସରକାରୀ ମେଡିକାଲ କଲେଜରେ ନାମଲେଖାଇବାକୁ ସୁଯୋଗ ପାଇଛନ୍ତି।

ଆହୁରି ପଢନ୍ତୁ : ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ବ୍ରହ୍ମପୁରର ଶିଳ୍ପୀ ସତ୍ୟମହାରଣାଙ୍କ ନିଆରା ସଚେତନତାର ବାର୍ତ୍ତା

ସେହିପରି ଜିତେନ୍ଦ୍ର ମାଝି ସର୍ବଭାରତୀୟ ଆଇନ ପ୍ରବେଶିକା ପରୀକ୍ଷା କ୍ଲାଟରେ ସଫଳତା ହାସ ଲ କରି କଟକସ୍ଥିତ ଆଇନ ମହାବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି। ଅନ୍ୟ ତିିନିଜଣ ଛାତ୍ରଛାତ୍ରୀ ତୁଲସା ପୁଝାରୀ, ସୁମନ୍ତ ଶବର, ଓ ରାମଚନ୍ଦ୍ର ମୁଣ୍ଡା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରି ଆଇଆଇଟି କାନପୁର, ଆଇଆଇଟି ଗାନ୍ଧୀନଗର ଓ ଏନଆଇଟି ୱାରାଙ୍ଗଲରେ ଇଣ୍ଟିଗ୍ରେଟେଡ ଏମଏସସିରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି।ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ କିଟ୍‌ ବିଶ୍ୱବିଦ୍ୟାଳୟକୁ ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ସ ମାନ୍ୟତା ମିଳିଛି। ରାଜ୍ୟରେ ଅନେକ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟ ରହିଛି। ରାଜ୍ୟରେ ବିଜେବି କଲେଜ ଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ରହିଛି। କିନ୍ତୁ ଏମାନେ ଏହି ପୁରସ୍କାର ପାଇବାରୁ ବଂଚିତ। ସେପଟେ କିଟ୍‌ କୁ ଏହି ପୁରସ୍କାର ମିଳିଥିବାରୁ ଆମେ ସେଥିପାଇଁ ଗର୍ବିତ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି।

KNews Bureau

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

12 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

13 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

56 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

60 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago