ସାଲେପୁରର ସୋଗଲ ଗାଁରେ ପାଳିତ ହୋଇଛି ପ୍ରାଚୀନ ଲୌଡି ପରମ୍ପରା

ଓଡ଼ିଶାରେ ସଂସ୍କୃତି ଓ ପରମ୍ପରାର ଅନନ୍ୟ ଝଲକ ଦେଖିବାକୁ ମିଳେ। ଏଠି ଗାଁ ଠୁ ଆରମ୍ଭ କରି ସହରମାନଙ୍କରରେ ସବୁ ପୂଜା ପର୍ବକୁ ବଡ଼ ଧୂମଧାମରେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ୧୨ ମାସରେ ରହିଥାଏ ୧୩ ପର୍ବ। ଯାହାକୁ ପ୍ରତ୍ୟେକ ଓଡ଼ିଆ ଖୁବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି। ଏବେ ଯୁଗ ବଦଳିଛି ସତ; କିନ୍ତୁ ବଦଳିନି ଲୋକଙ୍କ ମଧ୍ୟରେ ଥିରେ ସଂସ୍କୃତିକୁ ନେଇ ସେଇ ଭଲ ପାଇବା।

ଆଧୁନିକତାକୁ ପଛରେ ପକାଇ ଏବେବି ବଞ୍ଚି ରହିଛି ଆମ ଓଡ଼ିଶାର କଳା ଓ ସଂସ୍କୃତି। ଆମ ପର୍ବପର୍ବାଣି ସହିତ ଜଡ଼ିତ ିଭିନ୍ନ ଲୋକ-କଳା ଧୀରେ ଧୀରେ ମନରୁ ଲିଭି ଯାଉଥିବା ବେଳେ ଏବେବି ଅନେକ ଗାଁ ଅଛି ଯେଉଁଠି ଏବେବି ନିଜ ସଂସ୍କୃତି ପରମ୍ପରା କୁ ବଞ୍ଚାଇ ରଖିଛନ୍ତି। ଆମେ କହୁଛୁ କଟକ ସାଲେପୁର ବ୍ଲକ ପୁରୁଣା ହାଟ ପଞ୍ଚାୟତର ସୋଗଲ ଗାଁ କଥା। ଏଠାରେ ଏବେବି ବଞ୍ଚି ରହିଛି ପ୍ରାଚୀନ ଲୌଡି ପରମ୍ପରା। ଆଉ ଏହାକୁ ବଞ୍ଚାଇ ରଖିଛନ୍ତି ଗାଁ ର କିଛି ଉତ୍ସାହ ଯୁବଗୋଷ୍ଠି।

ଏଠି ଗାଁ ର ଛୋଟରୁ ବଡ଼ ପର୍ଯ୍ଯନ୍ତ ସମସ୍ତେ ଏକାଠି ହୋଇ ରାଧା କୃଷ୍ଣଙ୍କ ମୃଣ୍ମୟ ମୂର୍ତ୍ତି ସାମ୍ନାରେ ଲୌଡ଼ୀ ଖେଳିବା ପାଇଁ ସଜେଇ ହେଉଛନ୍ତି । ଗାଁରେ ପ୍ରାୟ 100 ରୁ ଉର୍ଦ୍ଧ୍ୱ ଗୋପାଳ ପରିବାର ବାସ କରିଥାନ୍ତି । ଦୋଳ ଆସିଲେ ଉତ୍ସବ ମୁଖର ହୋଇ ଉଠେ ଏହି ଗାଁ ଦାଣ୍ଡ । ଯିଏ ଯେଉଁଠି ଥାଉ ଦୋଳ ପୁର୍ବରୁ ସମସ୍ତେ ଗାଁ କୁ ଚାଲି ଆସନ୍ତି । ଦୋଳର ଦଶ ଦିନ ପର୍ଯ୍ଯନ୍ତ ସମସ୍ତେ ଏକାଠି ହୋଇ ଲୌଡ଼ୀ ଖେଳିଥାନ୍ତି ।

ସୋଗଲ ଗାଁର ଗୋପାଳ ସଂପ୍ରଦାୟ ଲୋକ ମାନେ ଏହି ଦୋଳ ପର୍ବକୁ ଆନନ୍ଦର ସହ ପାଳନ କରନ୍ତି । ଏଠାରେ ରାଧା କୃଷ୍ଣଙ୍କ ସହ ଛୋଟରୁ ବଡ଼ ପର୍ଯ୍ଯନ୍ତ ସମସ୍ତେ ଲୌଡ଼ୀ ଖେଳରେ ମସଗୁଲ ହୋଇଥାନ୍ତି। । ଏହି ଲୌଡ଼ୀ ଖେଳ ଅଧିକାଂଶ ସ୍ଥାନରେ ବନ୍ଦ ହୋଇ ଯାଇଥିବା ବେଳେ ଏହି ଗାଁ ର କିଛି ଉତ୍ସାହୀ ଯୁବକ ଦୀର୍ଘ 15 ବର୍ଷ ଏହି ବାଡ଼ି ଖେଳ ବା ଲୌଡ଼ୀ ଖେଳ କୁ ଉଦଜୀବିତ କରିଛନ୍ତି ିଭିନ୍ନ ସ୍ଥାନକୁ ମଧ୍ୟ ଲୌଡ଼ୀ ନୃତ୍ୟ ପରିବେଷଣ କରିବାକୁ ଏହି ଗାଁ ର ପିଲା ମନେ ଏବେ ଯାଉଛନ୍ତି। ତେବେ ଧୀରେ ଧୀରେ ନୃତ୍ୟକୁ ଲୋକ ମାନେ ମଧ୍ୟ ଗ୍ରହଣ କରିବାକୁ ଶୁଣିବାକୁ ମିିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.