ସାହିତ୍ୟ ପତ୍ରିକା ‘ପ୍ରତିବେଶୀ’ର ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ

(କେନ୍ୟୁଜ): ସାହିତ୍ୟ ସର୍ବଦା ମୂଲ୍ୟବୋଧ ଭିତ୍ତିକ ହେବା ଉଚିତ୍‌, ଯାହାକି ପ୍ରତିବେଶୀ ରାଜ୍ୟରେ ପ୍ରକାଶ ପାଉଥିବା ‘ପ୍ରତିବେଶୀ’ ସାହିତ୍ୟ ପତ୍ରିକାରେ ପରିଦୃଶ୍ୟ ହୁଏ । ଏହାର ଧାରାବାହିକତା ଅବ୍ୟାହତ ରହିବା ବର୍ତ୍ତମାନର ତଥ୍ୟ ପ୍ରଯୁକ୍ତି ଯୁଗରେ ଅତ୍ୟନ୍ତ ଜରୁରୀ ବୋଲିଏକ ପ୍ରତିବେଶୀର ବିଶେଷ ସଂଖ୍ୟାକୁ ଲୋକାର୍ପିତ କରି ଏସ୍‌ଆର୍‌ଏଫ୍‌ଟିଆଇର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ କହିଛନ୍ତି। ଏସ୍‌ଆର୍‌ଏଫ୍‌ଟିଆଇ ଅତିଥ୍‌ ଶାଳାରେ ଆୟୋଜିତ ପ୍ରତିବେଶୀ ଉନ୍ମୋଚନ ସଭାରେ ସମ୍ପାଦକ ପୀତାମ୍ବର ବାରିକ ପୌରୋହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଟେକ୍‌ର ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ପତିଙ୍କ ସମେତ ବଙ୍ଗୀୟ ଯାଦବ ମହାସଭାର ସମ୍ପାଦକ ଅସୀମ କୁମାର ପଲାଇ, ଯୋଗଗୁରୁ ସନାତନ ମହାକୁଡ଼, ଅଭିଜିତ୍ ବାର୍ଦୋ ଳଗୋବିନ୍ଦ ବେହେରା, ଚିତ୍ତରଞ୍ଜନ ପାଣି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପତ୍ରିକାକୁ ଲୋକାର୍ପିତ ଏସ୍‌ଆର୍‌ଏଫ୍ଟି ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ କହିଥିଲେ ଯେ ଜୀବନର କଥା ଓ ବ୍ୟଥାକୁ ସାହିତ୍ୟ ସର୍ବଦା ନିର୍ଣ୍ଣାୟକ ପଥ ଦେଖାଇଥାଏ।

ସାହିତ୍ୟ କୌଣସି ସମୟରେ ବିଭେଦର କଥା କୁହେ ନାହିଁ । ଯେଉଁ ଭାଷାର ସାହିତ୍ୟ ଯେତେ ସମୃଦ୍ଧ ସେହି ରାଜ୍ୟ ସେତେଟା ଉନ୍ନତ ହୋଇଥାଏ। ତଥ୍ୟ ପ୍ରଯୁକ୍ତି ଯୁଗରେ ମଧ୍ୟ
ସାହିତ୍ୟ ପ୍ରତିଟି କ୍ଷେତ୍ରରେ ସଂପ୍ରୀତିର ସେତୁ ବନ୍ଧନ ସୃଷ୍ଟି କରେ। ସେଥିପାଇଁ ସାହିତ୍ୟର ସତ୍ତାକୁ ପ୍ରତିଟି ହୃଦୟରେ ରୋମନ୍ଥନ କରିବା ଉଚିତ୍ର; ଯାହାକି ବର୍ତ୍ତମାନର ବ୍ୟକ୍ତିବାଦ
ପ୍ରାଧାନ୍ୟ ସମାଜ ବ୍ୟବସ୍ଥାରେ ଅଭାବ ଦେଖାଦେଇଛି । ଶ୍ରୀ ଖଟୁଆ ସଚ୍ଚି ରାଉତଙ୍କଠୁ ଆରମ୍ଭ କରି ବିଭୂତି ପଟ୍ଟନାୟକ ପର୍ଯ୍ୟନ୍ତ ବହୁ କବି, ସାହିତ୍ୟିକ ଓ ଔପନ୍ୟାସିକଙ୍କ ସମ୍ବନ୍ଧରେ ସୂଚନା ଦେଇଥିଲେ।

ବିଶେଷ କରି ଓଡ଼ିଶାରୁ ପ୍ରକାଶ ପାଉଥିବା ‘କାଦମ୍ବିନୀ’ ଭଳି କେତେକ ପତ୍ରିକା ସାହିତ୍ୟ ଆନ୍ଦୋଳନରେ ଯେଉଁ ଭୂମିକା ପାଳନ କରିଛି ତାହା ପଶ୍ଚିମବଙ୍ଗରେ ପ୍ରତିଧ୍ଵନିତ ହେବା ଗୌରବର ବିଷୟ। ବିଶେଷ କରି ପ୍ରବାସୀ ଓଡ଼ିଆମାନେ ନିଜ ବୃଦ୍ଧି ପାଇଁ ଅନ୍ୟ ରାଜ୍ୟକୁ ଆସି ସାହିତ୍ୟ, ସଂସ୍କୃତି, ଶିକ୍ଷା ଏବଂ ଧର୍ମୀୟ ପରମ୍ପରାକୁ ଯେଉଁଭାବେ ରୁଦ୍ଧିମନ୍ତ କରିଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ। ‘ପ୍ରତିବେଶୀ’ ସମ୍ପାଦକ ପୀତାମ୍ବର ବାରିକ କହିଥିଲେ ଯେ ବହୁ ବନ୍ଧୁର ପଥ ଦେଇ ସାହିତ୍ୟର ଗତି ପ୍ରକୃତି ଅଗ୍ରସର ହେଉଥିବାବେଳେ ‘ପ୍ରତିବେଶୀ’ ସାହିତ୍ୟ ପତ୍ରିକା ତାର ସ୍ୱତନ୍ତ୍ରତାକୁ ଅବ୍ୟାହତ ରଖୁଛି; ଯାହାକି ସାହିତ୍ୟ ପତ୍ରିକା କ୍ଷେତ୍ରରେ ଏକ ଲେଲୀହାନ ଶିଖା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ପତ୍ରିକାରେ ଓଡ଼ିଶାର ବହୁ ସୁନାମଧନ୍ୟ କବି, ସାହିତ୍ୟିକଙ୍କ ସୃଷ୍ଟିକୁ ସ୍ଥାନ ଦିଆଯାଇଛି। ଯାହାକି ସାହିତ୍ୟର ସତ୍ତାକୁ ଆହୁରି ପ୍ରସାରିତ କରିବ। ବ୍ରହ୍ମାନନ୍ଦ ପତି କହିଥିଲେ ଯେ ଉତ୍କଳ ଶିକ୍ଷା ସଂସଦ କେବଳ ସାହିତ୍ୟ ପ୍ରସାର କ୍ଷେତ୍ରରେ ସୀମିତ ନ ରହି ଓଡ଼ିଆ ଛାତ୍ରାବାସ ପରିଚାଳନା, ଶିକ୍ଷାର୍ଥୀଙ୍କୁ ଶିକ୍ଷାର ଭିତ୍ତିଭୂମି ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା, ଓଡ଼ିଆ ସଂସ୍କୃତିକୁ ଉଦ୍‌ଜୀବିତ କରିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛି। ଯୋଗଗୁରୁ ସନାତନ ମହାକୁଡ଼ କହିଥିଲେ ଯେ ପ୍ରତିବେଶୀ ପତ୍ରିକା ମଧ୍ୟରେ ନବୀନ ଓ ପ୍ରବୀଣଙ୍କୁ ଗୁରୁତ୍ଵ ଦେବା ସଙ୍ଗେ ସଙ୍ଗେ ନୂତନ ସାହିତ୍ୟିକ ସୃଷ୍ଟି ଉପରେ ସୁଯୋଗ ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.