ରାଜ୍ୟରେ ଅଦରକାରୀ ଆଇନ ଖୋଜିବେ ଲ’ କମିଶନ : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଲ’ କମିସନ ଅଦରକାରୀ ଆଇନ ଖୋଜିବେ । ସୁଶାସନ ପ୍ରତିଷ୍ଠା ପାଇଁ କମିସନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ।  ଲ’ କମିସନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ। ରାଜ୍ୟରେ ଏହାର ଆବଶ୍ୟକତା ଥିଲା । ୨୦୧୮ ମସିହା ପରଠୁ ରାଜ୍ୟ ସରକାର ଉଚିତ ମଣି ନଥିଲେ। ଏବେ ଏହି କମିଶନ ରାଜ୍ୟର ବିଭିନ୍ନ ଆଇନର ତର୍ଜମା କରିବେ ।

ଦରକାରୀ ନିୟମର ପରିବର୍ତ୍ତନ କରିବ, ଆବଶ୍ୟକୀୟ ସଂଶୋଧନ କରିବ ।  ଅନାବଶ୍ୟକ ଆଇନକୁ ଖୋଜି ବାହାର କରିବା, ତର୍ଜମା କରି କମିଶନ ରାଜ୍ୟ ସରାକରଙ୍କୁ ସୁପାରିଶ କରିବେ କମିଶନ ।  ଏହାଉପରେ ପରବର୍ତ୍ତୀ ସମୟରେ ଉପଯୁକ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ସୁଶାସନ ପ୍ରତିଷ୍ଠା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ।  କେନ୍ଦ୍ର ଢାଞ୍ଚାରେ ରାଜ୍ୟରେ ଏହାର ଆବଶ୍ୟକତା ଥିଲା ।  ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କମିଶନ ଗଠିତ ହୋଇଛି ।  ଆଉ ଜଣେ ସଦସ୍ୟ ଆଇନ ଶିକ୍ଷା କ୍ଷେତ୍ରରେ ଜଣେ ପ୍ରଫେସରଙ୍କୁ ଯୋଡ଼ାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।