କଂଗ୍ରେସ ଉପରେ ବର୍ଷିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର : ବିଧାନସଭାରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛି କଂଗ୍ରେସ । ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ ହୋଇଛନ୍ତି ୧୪ କଂଗ୍ରେସ ବିଧାୟକ । ସେପଟେ କାଲି ବିଧାନସଭା ଘେରାଉ ଡାକରା ଦେଇଛି ଦଳ। ଏହାକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ନିଜର ସ୍ଥିତି ବଞ୍ଚାଇବାକୁ ୨୭ତାରିଖରେ କଂଗ୍ରେସ ରାଲି କରୁଛି। ବିଧାନସଭା ଚଲେଇ ନଦେବାକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଥିବା ସେ ଅଭିଯୋଗ ଆଣିଛନ୍ତି । ବିଧାନସଭାରେ ଘଣ୍ଟ, ତୂରୀ ବଜାଇବା ଓ ଅଶୋଭନୀୟ ପ୍ରତିବାଦ କରିବା କେବଳ ଅଗଣତାନ୍ତ୍ରିକ ନୁହେଁ ଏକ ଅପରାଧ।
କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଛି। କିନ୍ତୁ ମୋହନ ସରକାର ନାରୀ ନିର୍ଯାତନା ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସଚେତନ ରହିଛନ୍ତି। କଂଗ୍ରେସର ଗୃହ କମିଟି ଗଠନ ଦାବି ଅଯୌକ୍ତିକ ବୋଲି ସେ କହିଛନ୍ତି ।
Also read: ବିଧାନସଭା ବାହାରେ ବିରୋଧୀଙ୍କ ହାଇଡ୍ରାମା, ବ୍ୟାରିକେଡ ଭାଙ୍ଗିଲେ କଂଗ୍ରେସ ଓ ବିଜେଡି ବିଧାୟକ