ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ଉପରେ ଇଡି, ଆୟକର ଓ କ୍ରାଇମବ୍ରାଞ୍ଚ ତଦନ୍ତ କଲେ ଅନେକ ରହସ୍ୟ ପଦାକୁ ଆସିବ: ଆଇନଜୀବୀ ଧରଣୀଧର ନାୟ

କଟକ(କେନ୍ୟୁଜ୍):  ଅର୍ଚ୍ଚନା ନାଗ। ନିଜ ଫାଶରେ ଫସାଇ ଥିଲେ ବହୁ ରାଜନେତା, ବଡ଼ ବ୍ୟବସାୟୀ, ସିନେ ପ୍ରଯୋଜକ ଏଭଳି ଅନେକଙ୍କୁ। ୧୦ ରୁ ଉର୍ଦ୍ଧ୍ବ ଯୁବତୀଙ୍କୁ ବ୍ଲାକମେଲ କରି କାମରେ ଲଗାଉଥିଲେ। ଟାର୍ଗେଟରେ ଥିବା ବ୍ୟକ୍ତି ଫସିଗଲା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରୁଥିଲେ। ତାପରେ ଆରମ୍ଭ ହେଉଥିଲା ତାଙ୍କ କାରନାମା। ଦୁର୍ବଳ ମୁହୂର୍ତ୍ତର ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ ଛାଡି ଦେବାକୁ ଧମକାଇ କରୁଥିଲେ କୋଟି କୋଟି ଟଙ୍କା ରୋଜଗାର। ଅର୍ଚ୍ଚନା ନାଗଙ୍କ ଏଭଳି କଳା କାରନାମାକୁ ନେଇ ମତ ରଖିଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ସାଧାରଣତଃ ଏଭଳି ଅଭିଯୋଗ ଆସିଲେ ପୁରୁଷ ଲୋକଟି ଦୋଷୀ ହୁଏ। କିନ୍ତୁ ପୋଲିସର ତଦନ୍ତ ମୂଳକୁ ଗଲେ ଜଣା ପଡୁଛି ଯେ, ଯୁବତୀ ଜଣଙ୍କ ବ୍ଲାକମେଲ କରୁଛନ୍ତି। ଏବଂ ସାମାଜିକ ସମ୍ମାନ ଚାଲିଯିବା ଭୟରେ ପ୍ରତିପତ୍ତି ଲୋକଟି ଟଙ୍କା ଦେବାକୁ ବାଧ୍ୟ ହେଉଛି। ବ୍ଲାକମେଲ କରିବା ଏକ ଅପରାଧ।

ଏହି ଅପରାଧ ଏକ ଦୁର୍ବଳ ମୁହୂର୍ତ୍ତର ଭିଡିଓ ଅପରାଧ ଠାରୁ ଅଧିକ ସାଙ୍ଘାତିକ। ଏଭଳି ଅପରାଧର ମୂଳକୁ ଯାଇ କମିଶନରେଟ ପୋଲିସ ତଦନ୍ତ କରିବା ସ୍ୱାଗତଯୋଗ୍ୟ। ଅନେକ ଭିଆଇପି ଏଥିରେ ଜଡିତ ଥିବା ଜଣାପଡ଼ି ଥିବା ବେଳେ ନୀରିହ ଝିଅମାନେ ଶିକାର ହୋଇଥିବା ଜଣାପଡିଛି। ଆଖିଦୃଶିଆ ରୋଜଗାର ନ ଥାଇ କୋଟି କୋଟି ଟଙ୍କାର ସମ୍ପତ୍ତି କରିଛନ୍ତି ଅର୍ଚ୍ଚନା ନାଗ। ରେଞ୍ଜରୋଭର, ଥର ଭଳି ଗାଡି ଚଢୁଥିଲା ବେଳେ ଆଲିସାନ ବଙ୍ଗଳା ଓ ଫାର୍ମ ହାଉସରେ ଘୋଡା ରଖିଥିଲେ। ମାତ୍ର ୫ ବର୍ଷ ତଳେ ଭୁବନେଶ୍ୱରରେ ବିଉଟିପାର୍ଲରରେ କାମ କରୁଥିବା ଅର୍ଚ୍ଚନା କିଭଳି ଏତେ କୋଟିର ମାଲିକ ହୋଇ ପାରିଲେ। ଏସବୁର ତଦନ୍ତ ଇଡି, ଆୟକର ବିଭାଗ ଓ କ୍ରାଇମବ୍ରାଞ୍ଚ ଭଳି ସଂସ୍ଥା ତଦନ୍ତ କଲେ ଆହୁରି ଅନେକ ରହସ୍ୟ ପଦାକୁ ଆସିବ ବୋଲି ମତ ରଖିଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ।

You might also like