ଅନୁଭବ ଦେଇଥିବା ଭଗବତ ଗୀତାକୁ ଆଜି ବର୍ଷାଙ୍କୁ ପ୍ରଦାନ ଓକିଲ ରାମକୃଷ୍ଣ ରଥ

କଟକ(କେନ୍ୟୁଜ୍): ବର୍ଷାଙ୍କ ପାଇଁ ଗତକାଲି ଗୀତା ଉପହାର ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଓକିଲଙ୍କ ଜରିଆରେ ଶ୍ରୀମଦ ଭଗବତ ଗୀତାକୁ ପରିବାର ଅଦାଲତ ପରିସରରେ ପ୍ରଦାନ କରିଥିଲେ । ତେବେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ଗତକାଲି ବର୍ଷାଙ୍କୁ ଭଗବତ ଗୀତାକୁ ଗତକାଲି ପ୍ରଦାନ କରି ନଥିବା ବେଳେ ଆଜି ତାଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି । ଏମିତି ବି ବର୍ଷାଙ୍କୁ ଅନୁଭବଙ୍କ କିଛି ଉପହାର ଆବଶ୍ୟକ ନାହିଁ ବୋଲି ବର୍ଷା ତାଙ୍କ ଓକିଲ ରାମକୃଷ୍ଣ ରଥଙ୍କୁ କହିଛନ୍ତି ।

ତେବେ ଏ ସମ୍ପର୍କରେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରି ଦେଇଛନ୍ତି ଆଇନଜୀବୀ ରାମକୃଷ୍ଣ ରଥ । ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା କଟକ ପରିବାର ଅଦାଲତରେ ଗତକାଲି ଶୁଣାଣି ହୋଇଥିଲା । ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଅନୁଭବ ମହାନ୍ତି ନିଜେ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ । ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ଅନୁଭବଙ୍କୁ ଜେରା କରିଥିଲେ । ଜେରା ପ୍ରକ୍ରିୟା ଆହୁରି ଚାଲିବାକୁ ଥିଲେ ମଧ୍ୟ ପ୍ରତିପକ୍ଷ ଆଇନଜୀବୀ ଉପସ୍ଥିତ ରହି ପାରିବେ ନାହିଁ ବୋଲି କୋର୍ଟଙ୍କୁ ଜଣାଇଥିଲେ । ତେଣୁ ପରିବାର ଅଦାଲତରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖକୁ ଧାର୍ଯ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.