ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଠକେଇ ମାମଲାରେ ଓକିଲଙ୍କ ପ୍ରତିକ୍ରିୟା: କିଛି ଖଳପ୍ରକୃତିର ବ୍ୟକ୍ତି ଚକ୍ରାନ୍ତ କରି ବର୍ଷାଙ୍କୁ ଫସାଇବାକୁ ଚାହୁଛନ୍ତି

ଭୁବନେଶ୍ୱର (କେନ୍ୟୁଜ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଠକେଇ ମାମଲା। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ବର୍ଷାଙ୍କ ଓକିଲ। ସେ କହିଛନ୍ତି ଏହା ଏକ ବୃଥାହୀନ ଅଭିଯୋଗ। ଏଥିରେ କିଛିବି ସତ୍ୟତା ନାହିଁ। ଆମ ପାଖରେ ଯାହାବି ତଥ୍ୟ ରହିଛି ସେସବୁ ଆମେ ଥାନ ଅଧିକାରୀଙ୍କୁ ପ୍ରଦାନ କରିବୁ। କିଛି ଖଳପ୍ରକୃତିର ବ୍ୟକ୍ତି ଚକ୍ରାନ୍ତ କରି ବର୍ଷାଙ୍କୁ ଫସାଇବାକୁ ଚାହୁଛନ୍ତି।
ଗୋଟିଏ ଅଜଣା ବ୍ୟାଙ୍କଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ବର୍ଷାଙ୍କ ଆକାଉଣ୍ଟକୁ ଆସିଥିଲା କିନ୍ତୁ ଆମେ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଆଲୋଚନା କରି ତାକୁ ଫେରାଇ ଦେଇଛୁ।. ଯେଉଁ ମହିଳା ଜଣଙ୍କ ବର୍ଷାଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି ନା ତାଙ୍କର ବର୍ଷାଙ୍କ ସହ କିଛି ପରିଚୟ ଅଛି ନା ସମ୍ପର୍କ। ଏହି ଘଟଣା ପଛରେ କିଛି କୁଚକ୍ରାନ୍ତକାରି ବ୍ୟକ୍ତିଙ୍କର ହାତ ରହିଛି। ସେମାନେ ସାମ୍ନାକୁ ଆସିବା ଦରକାର ବୋଲି ବର୍ଷାଙ୍କ ଓକିଲ କହିଛନ୍ତି।