ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆଇନଜୀବୀ

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆଇନଜୀବୀ । ଆଜି ଜିଲ୍ଲାପାଳଙ୍କ କୋର୍ଟରେ ମାମଲା ଥିଲା । ଏଥିପାଇଁ ଓକିଲ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଜିଲ୍ଲାପାଳ ବ୍ୟସ୍ତ ଥିବାରୁ କୋର୍ଟ କାମ ହୋଇପାରିନଥିଲା । ଏ ନେଇ ଓକିଲ ମାନେ ଜିଲ୍ଲାପାଳଙ୍କୁ ପଚାରିବାକୁ ଜିଲ୍ଲାପାଳ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯାଗ ହୋଇଥିଲା । ପ୍ରତିବାଦରେ ଆଇନଜୀବୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କାର୍ଯ୍ୟାଳୟ ପରିସରରେ ଉର୍ତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।