ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର ସାରା ସହର, ମାଆଙ୍କ ଦର୍ଶନ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଢେଙ୍କାନାଳ(କେନ୍ଯୁଜ୍) : ଧନଧାନ୍ୟ ଓ ଐଶ୍ୱର୍ଯ୍ଯର ଦେବୀ ମାଆ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଚଳଚଞ୍ଚଳ ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ସହର । ସୁସଜ୍ଜିତ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ । ସୁଉଚ୍ଚ ତୋରଣ ଓ ଆଲୋକ ମାଳାରେ ଝଲସି ଉଠୁଛି । ଢେଙ୍କାନାଳରେ ୩୮ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ । ଚଳିତ ବର୍ଷ ଗଣେଶ ବଜାରର ଚାନ୍ଦି ମେଢ ମୁଖ୍ୟ ଆକର୍ଷଣ ପାଲଟିଛି । ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

କେନ୍ଦୁଝରରେ ମାଆ ଲକ୍ଷ୍ମୀଙ୍କ ପୂଜା : 

ghatagaonସେହିପରି କେନ୍ଦୁଝର ଜିଲ୍ଲାର ଯୋଡ଼ା ମାଆ ଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି । ପୂର୍ବରୁ ଏଠାରେ ମାଆ ମୃଣ୍ମୟ ମୂର୍ତ୍ତି ତିଆରି କରି ପୂଜାର୍ଚ୍ଚନା କରାଯାଉଥିଲା । ଦୁଇ ବର୍ଷ ହେବ ଏଠାରେ ମାଆ ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ସହ ପ୍ରତିମା ପୂଜା କରାଯାଉଛି । ଏହି ଅବସରରେ ଗଜଲକ୍ଷ୍ମୀ ପୂଜାଠାରୁ ୭ ଦିନ ଧରି ଯଜ୍ଞ ଅନୁଷ୍ଠିତ ହେବ । ପୂଜାରେ ଭିଡ଼କୁ ଆଖିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ଘଟଗାଁରେ ମଧ୍ୟ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ଚାଲିଛି । ଘଟଗାଁ ବଜାର ଲକ୍ଷ୍ମୀପୂଜା କମିଟି ପକ୍ଷରୁ ୬୦ ବର୍ଷ ହେଲା ମାଆଙ୍କ ପୂଜା ଚାଲି ଆସିଛି । ସୁସଜ୍ଜିତ ତୋରଣ ଓ ଆଲୁଅ ମାଳାରେ ଝଲସିଉଠୁଛି ଚାରିଆଡ଼ । ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି ।