ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟବ୍ଯାଙ୍କ ଲକରରୁ ଦେଢ଼ କିଲୋରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଚୋରି, ଜଣେ ପୁର୍ବତ୍ତନ ଅସ୍ଥାୟୀ କର୍ମଚାରୀକୁ ଅଟକ ରଖିଛ ପୋଲିସ

କୋରାପୁଟ (କେନ୍ୟୁଜ):କୋରାପୁଟ ଜିଲା ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟବ୍ଯାଙ୍କ ଲକରରୁ ପ୍ରାୟ ଦେଢ଼ କିଲୋରୁ ଊର୍ଦ୍ଧ୍ବ ଓଜନର ସୁନା ଅଳଙ୍କାର ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଲକ୍ଷ୍ମୀପୁର SDPO ଅଶ୍ଵିନୀ ନାୟକ । ଅଭିଯୋଗ ଅନୁଯାୟୀ ବ୍ଯାଙ୍କରେ ଜଣେ ଗ୍ରାହକ ସୁନା ଅଳଙ୍କାର ବନ୍ଧକ ରଖିଥିଲେ, ତାହାକୁ ମୁକୁଳାଇ ନେବାକୁ ଆସି ଥିଲେ।

ତେବେ ତାହାକୁ ଦେବା ପାଇଁ ଷ୍ଟ୍ରଙ୍ଗ ରୁମରେ ଥିବା ଲକରରେ ଖୋଜିଲା ବେଳେ କୁଆଡ଼େ ମିଳିନଥିଲା। ଏଥିଯୋଗୁଁ ଶାଖା ପରିଚାଳକ ସୁଧାଂଶୁ ରାଉତଙ୍କ ସନ୍ଧେହ ହୋଇଥିଲା। ସେ ସମସ୍ତ ଅଳଙ୍କାର ଖୋଜାଖୋଜି କରିବା ପରେ ୧ କିଲୋ ୬୧୦ ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ମିଳିନଥିଲା”, ସେ ସଙ୍ଗେସଙ୍ଗେ ବ୍ଯାଙ୍କର ଉଚ ଅଧିକାରୀଙ୍କୁ ଜଣାଇବା ସହିତ ଥାନାରେ ଏତଲା ଦେଇଥିଲେ।

ଅନ୍ୟପଟେ ବ୍ଯାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି। ଏହି କାରନାମାରେ ବ୍ଯାଙ୍କ କର୍ମଚାରୀ ମାନଙ୍କ ହାତଥିବା ଶୁଣିବାକୁ ମିଳୁଥିବା ବେଳେ ଜଣେ ପୁର୍ବତ୍ତନ ଅସ୍ଥାୟୀ କର୍ମଚାରୀ କୁ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଅଶ୍ବିନୀ କୁମାର ନାଏକ ପ୍ରକାଶ କରିଛନ୍ତି।

ଅଧିକ ତଦନ୍ତ ଚାଲିଥିବା କାରଣରୁ ଆସନ୍ତା କାଲି ସବିଶେଷ ସୂଚନା ପ୍ରଦାନ କରାଯିବ ବୋଲି ଶ୍ରୀ ନାଏକ ପ୍ରକାଶ କହନ୍ତି। ଉକ୍ତ ତଦନ୍ତରେ ଲକ୍ଷ୍ମୀପୁର ଥାନା ଅଧିକାରିଣୀ ଶ୍ବେତପଦ୍ମା ସେଠ୍ ଙ୍କ ସହିତ କାକିରିଗୁମା ଥାନା ଅଧିକାରୀ ଉଲ୍ଲାସ କୁମାର ରାଉତ ଓ ନାରାୟଣପାଟଣା ଥାନା ଅଧିକାରୀ ରଂଜିତ କୁମାର ସାହୁ ସାମିଲ ଅଛନ୍ତି।

Leave A Reply

Your email address will not be published.