ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି: କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି ଆଇନଜୀବୀ

lowerଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ। ଆନ୍ଦୋଳନ ବେଳେ ଓକିଲ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍‌ କିଛି ଆନ୍ଦୋଳନରତ ଆଇନଜୀବୀଙ୍କୁ ଗିରଫ କରିଛି। ଆଜି ଆଇନଜୀବୀମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରୁଛନ୍ତି। ଏହି ଦାବିରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସହର ପରିକ୍ରମା କରାଯାଇଛି। ଆଜି ଗଙ୍ଗାଧର ମେହେର କଲେଜର ପ୍ଲାଟିନମ୍‌ ଜୁବୁଲି କାର୍ୟ୍ୟକ୍ରମରେ ଯୋଗ ଦେବେ ମନ୍ତ୍ରୀ ଶଶି ବେହେରା। ତାଙ୍କ ଗସ୍ତକୁ ମଧ୍ୟ ବିରୋଧ କରାଯିବ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି।

You might also like