ରାଜ୍ୟ

ଥମୁନି କଂଗ୍ରେସ କଳି, ପସିସି ସଭାପତି ପାଇଁ ପୁଣି ରେସ୍‌ ଆରମ୍ଭ

ଭୁବନେଶ୍ୱର(କେନ୍ୟୁଜ୍‌) : ଥମିବାର ନାଁ ଧରୁନାହିଁ କଂଗ୍ରେସ କଳି। ନିରଞ୍ଜନଙ୍କ ଇସ୍ତଫାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ପିସିସି ସଭାପତି ରେସ୍ ଆରମ୍ଭ ହୋଇଯାଇଛି । ୩ ହେଭିୱେଟ ନେତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ତାରା ବାହିନୀପତି କହିଛନ୍ତି, ପସିସି ସଭାପତି ପଦ ପାଇଁ କେବେ ଲବି କରିନି କିନ୍ତୁ ପଦ ମିଳିଲେ ଛାଡିବାର ନାହିଁ। ସମସ୍ତଙ୍କୁ ନେଇ ଚାଲିବି। ତାରାଙ୍କ ଏ ବୟାନ ରାଜ୍ୟ ପିସିସିରେ ଚାଲିଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଏବେ ହାଇକମାଣ୍ଡ କି ନିଷ୍ପତ୍ତି ନେବେ ତା ଉପରେ ନଜର ।

ନୂଆ ପିସିସି ମୁଖିଆ ପରିବର୍ତ୍ତନ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରେସ୍ରେ ଅଛନ୍ତି ତିନି ନେତା । କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବିଧାୟକ ମହମ୍ମଦ ମୋକିମ ଓ ତାରା ପ୍ରସାଦ ବାହିନୀପତି । ଏବେ ତାରାଙ୍କ ବୟାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ଭୁବନେଶ୍ୱରରେ ଗତ ସପ୍ତାହରେ ବିରୋଧୀ ଗୋଷ୍ଠୀ ଏକଜୁଟ ହୋଇଥିଲେ । ସେପଟ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିଥିଲେ ରାଜ୍ୟ କଂଗ୍ରେସର ଦୁଇ ହେଭିୱେଟ୍ ପ୍ରଦୀପ ମାଝୀ ଓ ଭକ୍ତ ଦାସ । ହେଲେ ଏଯାଏ ହାଇକମାଣ୍ଡଙ୍କ ପାଖରୁ କିଛି ଇଶାରା ଆସିନି । ଖୁବଶୀଘ୍ର ଏ ସମ୍ପର୍କରେ କିଛି ନିଷ୍ପତ୍ତି ଆସିପାରେ ବୋଲି ଏମିତି କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ।

ପିସିସି ସଭାପତି ବଦଳ ନେଇ ନିରଞ୍ଜନ ମୁହଁ ଖୋଲିଥିଲେ ବି କିଛି ସ୍ପଷ୍ଟ କରିନାହାନ୍ତି । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ପିସିସି ସଭାପତି ପଦରୁ ନିରଂଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ । ହେଲେ ସେତେବେଳେ ତାଙ୍କ ଇସ୍ତଫା ଗ୍ରହଣ ହୋଇନଥିଲା । ଏବେ ପିପିଲି ରେଜଲ୍ଟ ନେଇ ହାଇକମାଣ୍ଡ କ’ଣ ନିଷ୍ପତ୍ତି ନେବେ ତାହା ଦେଖିବାକୁ ବାକି ରହିଲା ।

Niharanjan

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

6 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

14 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

17 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

24 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

49 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

59 mins ago