ଜାଣନ୍ତୁ ହ୍ବାଟସ୍-ଆପ୍ ଠକେଇରୁ କିପରି ନିଜକୁ ବଞ୍ଚାଇ ପାରିବେ, ଆପଣାନ୍ତୁ କମିସନରେଟ୍ ପୋଲିସର ଏହି ପଦକ୍ଷେପ

ଭୁବନେଶ୍ବର(କେନ୍ଯୁଜ୍): ଏବେ ମାତିଛନ୍ତି ସାଇବର ଲୁଟେରା। ହ୍ବାଟସ୍-ଆପ୍ ହ୍ଯାକ୍ କରି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ହ୍ବାଟସ୍-ଆପ୍ ଠକେଇରୁ ବଞ୍ଚିବା ପାଇଁ ଏବେ କମିସନରେଟ୍ ପୋଲିସ୍ ଜାରି କରିଛି ସତକର୍ତା। ଆପଣାନ୍ତୁ ଏହିସବୁ ପଦକ୍ଷେପ । ଯାହାଦ୍ବାରା ଠକାମୀ ଠାରୁ  ନିଜକୁ  ଦୁରେଇ ରଖିପାରିବେ।

ଏଥିପାଇଁ ପ୍ରଥମେ ନିଜ ହ୍ବାଟସ୍-ଆପ୍ ଆକାଉଣ୍ଟର Two Step Verificationକୁ କାର୍ଯ୍ଯକ୍ଷମ କରନ୍ତୁ । ଏଥିପାଇଁ  ଆପଣଙ୍କୁ ଏହି ପ୍ରଣାଳୀ ଦେଇ ଯିବାକୁ ପଡିବ।

WhatsApp account -> Setting ->Accounts->Two step verification->Enable->Six digit pin->Confirm same pin again->ନିଜ email id->confirm email id-> Save->Done

କୌଣସି ଅଜଣା ଲିଙ୍କ୍ କ୍ଳିକ୍ କରନ୍ତୁନି ବା OTP କାହାକୁ ଦିଅନ୍ତୁ ନାହିଁ ।

ଅନ୍ ଲାଇନ୍ ଟଙ୍କା ପଠାଇବା ପୂର୍ବରୁ ମାଗୁଥିବା ଲୋକ ସହ କଥା ହୋଇ ଯାଞ୍ଚ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.