UG ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର୍ ଲୋକାର୍ପିତ, ଖର୍ଚ୍ଚ ହୋଇଛି ୫ କୋଟି ଟଙ୍କା
ଭୁବନେଶ୍ବର(କେନ୍ଯୁଜ୍): ଉଚ୍ଚଶିକ୍ଷା ବିଭାଗର ଇ-ଲେକଚର୍ ମାଧ୍ୟମରେ ହେବ ପାଠପଢା । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅନ୍ତର୍ଗତ ଭର୍ଜୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା । ସମୁଦାୟ ୫ କୋଟିର ଏହି ପ୍ରକଳ୍ପରେ କେନ୍ଦ୍ର ଓ ରାଜ୍ୟ ସରକାର ୬୦-୪୦ ଅନୁପାତରେ ଅର୍ଥ ପ୍ରଦାନ କରିଥିଲେ ।
ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଇ-ଲେକଚର ପ୍ରସ୍ତୁତ କରିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର DDCEରେ ଏକ ଉତ୍ସର୍ଗୀକୃତ ଷ୍ଟୁଡିଓ ନିର୍ମାଣ କରାଯାଇଛି। ଏଥିପାଇଁ ଏନଆଇସି ଦ୍ୱାରା ସ୍ୱତନ୍ତ୍ର ପୋର୍ଟାଲ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏହାକୁ ଲୋକାର୍ପଣ କରିଛନ୍ତି ।