ବ୍ରହ୍ମପୁର: ରେଳ ଧାରଣା କଡ଼ରୁ ଅଧ୍ୟାପକଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର(କେନ୍ୟୁଜ): ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ୩ କିମି ଦୂର ଖୋଡା ସିଂ ରେଳ ଧାରଣା କଡରେ ଜଣେ ଅଧ୍ୟାପକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଖଲ୍ଲିକୋଟ ଜୁନିୟର କଲେଜର କମ୍ପ୍ୟୁଟର ଅଧ୍ୟାପକ ଭୁବନେଶ୍ୱର ନାୟକ ଓରଫ ଲଡୁ (୨୭) । ମୃତ ଭୁବନେଶ୍ବରଙ୍କ ବାପା ଗଣପତି ନାୟକ ଖଲ୍ଲିକୋଟ ସ୍ୱୟଂଶାସିତ କଲେଜର ଝାଂସିରାଣୀ ମହିଳା ହଷ୍ଟେଲରେ ଚୌକିଦାର ଭାବେ କାଯ୍ୟରତ । ଗଣପତି ନିଜ ପରିବାର ସହ ହଷ୍ଟେଲ ଭିତରେ ରହି ଆସୁଛନ୍ତି । ଗତକାଲି ଭୁବନେଶ୍ୱର ରାତି ୯ ଟା ବେଳେ ଘରକୁ ଫୋନ କରି କିଛି ସମୟ ପରେ ଯାଉଛି ବୋଲି କହିଥିଲେ । ହେଲେ ଆଉ ଫେରିନଥିଲେ । ରାତି ସାରା ଫୋନ କଲା ପରେ ମଧ୍ୟ ଉଠାଇ ନଥିଲେ। ସକାଳୁ ତାଙ୍କ ଶବ ଏଠାରେ ପଡିଥିଲା । ଖବର ପାଇ ସରକାରୀ ରେଳବାଇ ପୁଲିସ ଓ ବୈଦ୍ୟନାଥ ପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ମୃତଦେହ ନିକଟରେ ଏକାଧିକ ମଦ ବୋତଲ ପଡିଛି । ଏପଟେ ଭୁବନେଶ୍ୱରଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.