ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ : ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ । ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବଳକା ଦାରୁରେ ଅଢ଼େଇ ଫୁଟ ମୂର୍ତ୍ତି ନିର୍ମାଣ ଅସମ୍ଭବ । ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି । ଦାରୁ ବାହାରେ ରହିବନି, ସବୁ ଦାରୁ ଦାରୁଘରେ ରହିବ । ଭୁବନେଶ୍ବରରେ ମୂର୍ତ୍ତି ତିଆରି କରି ଦୀଘା ନେଇଥିଲେ ରାମକୃଷ୍ଣ ଦାସ ମହାପାତ୍ର । ସୁଦର୍ଶନ ମହାରଣା ତିଆରି କରିଥିବା ମୂର୍ତ୍ତି ଦୀଘା ନେଇଥିଲେ ।
ତେବେ ବିବାଦୀୟ ମନ୍ତବ୍ୟ ପାଇଁ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ ତଲବ କରାଯାଇଛି । ଜ ବାବ ଆସିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦକ୍ଷେପ ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସବୁ ଜଗନ୍ନାଥ ମନ୍ଦିର ପାଇଁ ମାର୍ଗଦର୍ଶିକା ତିଆରି ହେବ । ମୁକ୍ତିମଣ୍ଡପକୁ ମାର୍ଗଦର୍ଶିକା ତିଆରି ପାଇଁ କୁହାଯାଇଛି । ସେବାୟତମାନଙ୍କ ପାଇଁ SOP ଅଣାଯିବ । କେଉଁ ସେବାୟତ କେଉଁ ସେବା କରିବେ ଉଲ୍ଲେଖ ରହିବ ।
ମନ୍ଦିରର ନୀତିକାନ୍ତି, ପୂଜାର୍ଚ୍ଚନା ପାଇଁ ମାର୍ଗଦର୍ଶିକା ହେବ । ଦୀଘା ଧାମ ଏବଂ ଦୀଘା ସମୁଦ୍ରକୁ ମହୋଦଧି କୁହାଯାଇ ପାରିବନାହିଁ । ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖାଯିବ । ନଚେତ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କହିବା ବିବାଦ ପ୍ରସଙ୍ଗରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ ।
Also read: ମୁଣ୍ଡ ନୁଆଁଇଲେ ମମତା, ଶେଷରେ ହଟିଲା ‘ଜଗନ୍ନାଥ ଧାମ’ ଲେଖା