ଓଡ଼ିଶା କ୍ରୀଡ଼ା ଜଗତର ମହାନ ଖେଳାଳି ଅରୂପାନନ୍ଦ ଆଇସିୟୁରେ ଭର୍ତ୍ତି, ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ

ଓଡ଼ିଶା କ୍ରୀଡ଼ା ଜଗତର ଜଣେ ଦକ୍ଷ ଖେଳାଳି ତଥା ମହାନତମ ବାସ୍କେଟବଲ ଖେଳାଳି ଅରୂପାନନ୍ଦ ରାଉତରାୟ ଏବେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ଅବସ୍ଥା ଗମ୍ଭୀର ଥିବା ମଧ୍ୟ ସ୍ଥିର ଥିବା କୁହାଯାଉଛି । ସୂଚନା ମୁତାବକ ଗତ ୫ଦିନ ତଳେ ପାହାଳ ପାଖ ଜୟପୁର ଗାଁରେ ଥିବା ନିଜ ଘରେ ପଡି ଯାଇଥିଲେ ଅରୂପାନନ୍ଦ । ତୁରନ୍ତ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେବେଠାରୁ ଇଣ୍ଟେନସିଭ କେୟାର ୟୁନିଟ୍‍ରେ ଚିକିତ୍ସାଧିନ ଅଛନ୍ତି । ଓଡ଼ିଶା କ୍ରୀଡ଼ାର ସେ ଜଣେ କିମ୍ବଦନ୍ତୀ ଖେଳାଳି । ପ୍ରଥମ ଓଡ଼ିଆ ଭାବରେ ସେ ଭାରତୀୟ ସିନିୟର ବାସ୍କେଟବଲ ଦଳରୁ ଖେଳିବାର ଗୌରବ ହାସଲ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତୀୟ ସିନିୟର ଦଳର କୋଚ୍‍ ଏବଂ ଚୟନକର୍ତ୍ତା ବି ରହିଛନ୍ତି । ଘରୋଇ ଜାତୀୟ ପ୍ରତିଯୋଗିତା ଗୁଡ଼ିକରେ ଅରୂପାନନ୍ଦ ସର୍ଭିସେସ୍‍ ସାଙ୍ଗକୁ ଓଡ଼ିଶା ପକ୍ଷରୁ ମଧ୍ୟ ଖେଳୁଥିଲେ ।

ଓଡ଼ିଶାର ବାସ୍କେଟବଲ ପ୍ରସାର ଦିଗରେ ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଜୁ ପଟନାୟକ ଲାଇଫ୍‍ ଟାଇମ୍‍ କ୍ରୀଡ଼ା ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି । ଗତ ମାର୍ଚ୍ଚ ୨୧ତାରିଖ ଦିନ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ବାର୍ଷିକ ଉତ୍ସବରେ ଲାଇଫ୍‍ ଲାଇମ୍‍ ପୁରସ୍କାର କିମ୍ସ ଅଡିଟୋରିୟମରେ ସେ ହାସଲ କରିଥିଲେ । ତାଙ୍କ ଚିକିତ୍ସାଧାରା ପରିବାର ଲୋକେ ବୁଝୁଥିବା ବେଳେ ଓଡ଼ିଶା ସରକାରଙ୍କ ପାଖରୁ ସହାୟତା ପାଇଁ ଅନୁରୋଧ କରିଛନ୍ତି । ବିଶେଷ କରି ଚିକିତ୍ସା ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ କିପରି ଉନ୍ନତ ସେବା ମିଳିବ ସେ ଦିଗରେ ଓଡ଼ିଶା ସରକାର ସହାୟତା କରିବାକୁ ସେମାନେ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.