ନୂଆପଡାରେ ପୁଣି ମାତିଲା କଲରାପତରିଆ: ଆକ୍ରମଣରେ ଗାଈ ଓ ବାଛୁରୀ ମୃତ, ଲୋକେ ଭୟଭୀତ

ନୂଆପଡ଼ାରେ ପୁଣି କଲରାପତରିଆ ଆତଙ୍କ। ତରିଆ ମହୁଆଭଟା ଗାଁରେ ପଶି ଗାଈ ଓ ବାଛୁରୀଙ୍କୁ କରୁଛି ଆକ୍ରମଣ। ବନବିଭାଗ ରେଞ୍ଜର ଓ କର୍ମଚାରୀମାନେ ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଲୋକଙ୍କୁ କରୁଛନ୍ତି ସଚେତନ।

ନୂଆପଡା (କେନ୍ୟୁଜ): ନୂଆପଡାରେ ପୁଣି ମାତିଲା କଲରାପତରିଆ। ତରିଆ ମହୁଆଭଟା ଗାଁରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ବାଘର ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ପୁଣି ବାଘ ତରିଆ ମହୁଆଭଟା ଗାଁରେ ପଶି ଭାଗିରଥି ରାଉତଙ୍କ ଗୁହାଳରେଥିବା ଏକ ବାଛୁରୀ ଓ ତିହାରୁ ରାଉତଙ୍କ ଏକ ମଇଁଷିକୁ ଆକ୍ରମଣ କରିଛି। ଏତିକି ସମୟରେ ଗାଈ ଓ ବାଛୁରୀ ରଡି ଛାଡ଼ିବା ପରେ ଗ୍ରାମବାସୀ ଧାଇଁଆସିବାରୁ ବାଘ ବାଛୁରୀ ଓ ମଇଁଷିକୁ ଛାଡି ନିକଟସ୍ଥ ମୁସରଙ୍ଗୀ ସଂରକ୍ଷିତ ଜଙ୍ଗଳକୁ ପଳେଇଥିଲା।

ଏହା ପୂର୍ବରୁ ପାୱାରତଳା ଗାଁର ଗଣେଶରାମ ମାଝୀଙ୍କ ଗୋଟିଏ ଗାଈ ଏବଂ ତରିଆମହୁଆଭଟା ଗାଁର ମହେଶରାମ ନାଏକଙ୍କ ଗୋଟିଏ ଗାଈକୁ କଲରା ପତରିଆ ବାଘ ଆକ୍ରମଣ କରି ଖାଇଦେଇଥିଲା । ଏଭଳି ସପ୍ତାହ ମଧ୍ୟରେ ୨ ଟି ଗାଈ ଓ ଗୋଟିଏ ବାଛୁରୀକୁ ବାଘ ଆକ୍ରମଣ କରି ଖାଇଛି। ଏଵେ ବାଘ ଆତଙ୍କରେ ଗ୍ରାମବାସୀଙ୍କ ନିଦ ହଜିଯାଇଛି । ଖବରପାଇ ଆଜି ସକାଳୁ ନୂଆପଡା ବନବିଭାଗ ରେଞ୍ଜର ଓ କର୍ମଚାରୀମାନେ ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.