କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଦେବଗଡ଼ : କଲରାପତରିଆ ବାଘର ମୃତଦେହ ଉଦ୍ଧାର । ଦେବଗଡ଼ ରିଆମାଳ ବନାଞ୍ଚଳ ନୂଆଡ଼ିହି ଫରେଷ୍ଟ ସେକ୍ସନ କଣ୍ଠିମାଳ ଗାଁ ନିକଟ ରେଙ୍ଗାଳି ଜଳଭଣ୍ଡାରରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି । ହାତୀ ଗତିବିଧି ଅନୁଧ୍ୟାନ ବେଳେ ବନ ବିଭାଗରେ ସ୍ୱତନ୍ତ୍ର ଟିମ ଜଳଭଣ୍ଡାର ମଧ୍ୟରେ କଲରାପତରିଆର ମୃତଦେହ ଦେଖିଥିଲେ । ମୃତ କଲରାପତରିଆର ବୟସ ଅଢେଇ ବର୍ଷ ହେବ ।

ଏହା ଏକ ଅଣ୍ଡିରା ବାଘ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ଡିଏଫଓଙ୍କ ସମେତ ବନ ବିଭାଗ ଅଧିକାରୀ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଛନ୍ତି। ରାଉରକେଲା,କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାରୁ ପ୍ରାଣୀ ଚିକିତ୍ସକ ପହଞ୍ଚିବା ପରେ କଲରାପତରିଆର ବ୍ୟବଛେଦ ହେବ। ବ୍ୟବଛେଦ ରିପୋର୍ଟ ପରେ କଲରାପତରିଆର ମୃତ୍ୟୁର କାରଣ ଜଣାପଡିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।