ବୌଦ୍ଧ ବିହାର ନଣ୍ଡା ପାହାଡ଼ରେ ହେଟା ବାଘର ମୃତ୍ୟୁ

ସାଲେପୁର  : ହେଟା ବାଘର ମୃତ୍ୟୁ । ମାହାଙ୍ଗା ବ୍ଲକ୍ ଲଳିତଗିରିର ନଣ୍ଡା ପାହାଡ଼ରେ ଗୋଟିଏ ହେଟା ବାଘର ମୃତ୍ୟୁ ଘଟିଛି । ଲଳିତଗିରିର ବିଶ୍ଵ ପ୍ରସିଦ୍ଧ ବୌଦ୍ଧ ବିହାର ନଣ୍ଡା ପାହାଡ଼ରେ ଅବସ୍ଥିତ। ଏହି ପାହାଡର ପାଦ ଦେଶରେ ଯାଇଥିବା ରାସ୍ତାରେ ଏକ ହେଟା ବାଘକୁ ମରି ପଡିଥିବାର ଗ୍ରାମବାସୀ ଦେଖିଥିଲେ । କେମିତି ମୃତ୍ୟୁ ହେଲା, କିଏ ମାରି ଦେଇଛି ତାକୁ ନେଇ ଉଠିଛି ପ୍ରଶ୍ନ ।

ଏହି ନଣ୍ଡା ପାହାଡ଼ରେ ଅନେକ ହେଟା ବାଘ ରହିଛନ୍ତି  । ଏହି ପାହାଡ଼ରୁ ଅନେକ ସମୟରେ ଦୃର୍ବୃତ୍ତମାନେ ମୂଲ୍ୟବାନ ଗଛ ମଧ୍ୟ କାଟି ନେଉଥିବା ଅଭିଯୋଗ ହୋଇଛି । ବିଗତ ଦିନରେ ପାହାଡ଼ ଚାରିପାଖରେ ଲୁହା ବାଡ଼କୁ ମଧ୍ୟ ଦୁର୍ବୃତ୍ତମାନେ ଚୋରି କରି ନେଉଥିବା ଅଭିଯୋଗ ହୋଇଛି । ମୃତ ହେଟା ବାଘକୁ ଚଣ୍ଡିଖୋଲ ଫରେଷ୍ଟ ଅଫିସକୁ ନିଆଯିବ ବୋଲି ଫରେଷ୍ଟ ଗାର୍ଡ କହିଛନ୍ତି। ଏହି ଘଟଣା ସଂପର୍କରେ ଫରେଷ୍ଟ ଅଫିସରଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।