ପାଟଣା ପୋଲିସ ଓ ବନ ବିଭାଗର ମିଳିତ ଚଢଉ: ବାଘ ଛାଲ ଜବତ, ଦୁଇ ଗିରଫ
ଘଟଗାଁ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ରୁ ପାଟଣା ପୋଲିସ ଓ ବନ ବିଭାଗ ମିଳିତ ଚଢଉ ସମୟରେ ଓସ୍ତଯୋଡି ଗ୍ରାମରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛି। ବାଘ ଛାଲ ବିକ୍ରୀ କରିବାକୁ ଉଦ୍ୟମ କରୁଥିବା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ବସନ୍ତପୁର ଗ୍ରାମର ରାମ ବନ୍ଦିଆ ଓ ବାଘ ଛାଲ କିଣିବାକୁ ଡିଲ ଚଳାଇଥିବା ଠାକୁରମୁଣ୍ଡା ଥାନା ଖଡିପାଳ ଗ୍ରାମର ଶାଗର କୁଲାପଡିଆ କୁ ଡିଲ ସ୍ଥାନରେ ପାଟଣା ପୋଲିସ ପାଟଣା ବନ ବିଭାଗ ମାଡି ବସିଥିଲେ ।
ଉଭୟଙ୍କ ଠାରୁ ଏକ କଲରାପତରିଆ ବାଘ ଛାଲ ସହ ବ୍ୟବହୃତ ଏକ ବାଇକ ଓ ଦୁଇଟି ମୋବାଇଲ ଜବତ କରାଯାଇଥିବା ପାଟଣା ଥାନାରେ ଅନୁଷ୍ଠିତ ପ୍ରେସମିଟରେ ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।