STF ହାତରେ ବାଘଛାଲ ବେପାରୀ, ବେପାରୀ ସାଜି କାବୁ କରିଥିଲା ଏସଟିଏଫ

ବୌଦ୍ଧ (କେନ୍ୟୁଜ୍‌) : STF ହାତରେ ବାଘଛାଲ ବେପାରୀ । ବୌଦ୍ଧ ଜିଲ୍ଲାରୁ ଗୋଟିଏ ବାଘ ଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି STF। ବାଘ ଛାଲ ଡିଲ୍‌ ଚାଲିଥିବା ବେଳେ ଚଢ଼ାଉ କରିଥିଲା STF । ବେପାରୀ ସାଜି କାବୁ କରିଥିଲା STF । ଏମାନେ ଶିକାରୀଙ୍କ ଠାରୁ ବାଘ ଛାଲ ଆଣି ବାହାର ରାଜ୍ୟକୁ ଚାଲାଣ କରିଥାଆନ୍ତି । କେଉଁ ଜଙ୍ଗଲରୁ ବାଘ ଶିକାର କରାଯାଉଛି । ଏହି ଦୁଇ ଜଣ ଏଜେଣ୍ଟ କେଉଁ ଶିକାରୀଠାରୁ ବାଘ ଛାଲ କିଣିଛନ୍ତି । କେଉଁଠିକୁ ଚାଲାଣ କରାଯାଉଛି । ସେସବୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ । ଜବତ ବାଘଛାଲ ଓ ହାତୀ ଦାନ୍ତକୁ ରାସାୟନିକ ପରୀକ୍ଷା ପାଇଁ ଡେରାଡୁନ୍‌କୁ ପଠାଯିବ । ବର୍ଷେ ମଧ୍ୟରେ ୧୪ଟି ଚିତା ବାଘ ଛାଲ, ୯ଟି ହାତୀ ଦାନ୍ତ ଜବତ କରିଛି STF । ଏହାସହ ୨ଟି ହରିଣ ଚମଡ଼ା, ୩ଟି ବଜ୍ରକାପ୍ତା ଜବତ ହୋଇଛି । ଏପର୍ଯ୍ୟନ୍ତ ୨୭ ଜଣଙ୍କୁ ଗିରଫ କରାଯାଇଛି । ୧୫ଟି ମାମଲା ରୁଜୁ କରି ତଦନ୍ତ କରୁଛି STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.